BREAKING
Loading...
:

ଧାନ କାର୍ଡ ପଞ୍ଜିକରଣ ଦାବୀ ନେଇ ଚାଷୀଙ୍କ ଦ୍ଵାରା ଜାତୀୟ ରାଜପଥରେ ରାସ୍ତାରୋକ

 ଧାନ କାର୍ଡ ପଞ୍ଜିକରଣ ଦାବୀ ନେଇ ଚାଷୀଙ୍କ ଦ୍ଵାରା ଜାତୀୟ ରାଜପଥରେ ରାସ୍ତାରୋକ



ସମ୍ବଲପୁର: 


ବରଗଡ ଜିଲ୍ଲା ବରପାଲିରେ ଚଳିତ ଖରିଫ ଋତୁ ପାଇଁ ଧାନ କାର୍ଡ ପଞ୍ଜିକରଣ ଦାବୀ ନେଇ ଚାଷୀମାନେ ଆଜି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଯାହା ଫଳରେ  ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଯାନବାହାନର ଲମ୍ବା ଲାଇନ୍ ଲାଗି ରହିଥିଲା। ଚଳିତ ଖରିଫ ଋତୁ ପାଇଁ ଧାନ କାର୍ଡ ପଞ୍ଜିକରଣ ଦାବୀ ନେଇ ବରପାଲି - ବଲାଙ୍ଗୀର ରାସ୍ତାର ଚାର ବଙ୍ଗଳା ଠାରେ ଆଗଲପୁର ଅଞ୍ଚଳର ଶହ ଶହ ସଂଖ୍ୟକ ଚାଷୀ ରାସ୍ତା ଅବରୋଧ କରି ଧାନ କାର୍ଡ ପଞ୍ଜିକରଣ ନ କଲେ ଧାନ ବିକିବେ କେମିତି, ଏଣୁ ତୁରନ୍ତ ସମସ୍ତ ଚାଷୀଙ୍କ ଧାନ କାର୍ଡ ପଞ୍ଜିକରଣ କରାଯାଉ  ବୋଲି ଦାବୀ କରି ରାସ୍ତା ଉପରେ ବସି ଯାଇଥିଲେ। ଏହି ଚାଷୀ ଆନ୍ଦୋଳନରେ ବରଗଡ଼ କୃଷକ ସଂଗଠନର ନେତା ରମେଶ ମହାପାତ୍ର, ତପନ ମିଶ୍ର, ସୁଦାମ ପାତ୍ର , କରଣ ସାହୁ, ଟେକ୍ ରାଜ ପ୍ରଧାନ, ରବି ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଚାଷୀ ମାରଣ ନୀତିକୁ ଘୋର ବିରୋଧ କରି କଟୁ ସମାଲୋଚନା କରିଥିଲେ।  ବରପାଲି ଥାନା ଆଇଆଇସି ଜୟରଶ୍ମି ସେଠୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ଥାନାକୁ ନେଇ ଆସିବା ପରେ ଯାନ ବାହାନ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏହି ରାସ୍ତା ରୋକରେ ଆଗଲପୁର ପ୍ୟାକ୍ସର ଶହ ଶହ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS