BREAKING
Loading...
:

ଡା.ଶକ୍ତି ଓ ଡା.ଇପ୍ସିତା ସ୍ପିନ-ଫର୍ଟିଲିଟି ଇନଷ୍ଟିଟ୍ୟୁଟ୍, ସମ୍ବଲପୁର ଶାଖାର ଉଦ୍‌ଘାଟନ

 ଡା.ଶକ୍ତି ଓ ଡା.ଇପ୍ସିତା ସ୍ପିନ-ଫର୍ଟିଲିଟି ଇନଷ୍ଟିଟ୍ୟୁଟ୍, ସମ୍ବଲପୁର ଶାଖାର ଉଦ୍‌ଘାଟନ 



ସମ୍ବଲପୁର:


ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ଡା.ଶକ୍ତି ଓ ଡା.ଇପ୍ସିତା ସ୍କ୍ରିନ ଫର୍ଟିଲିଟି ଇନଷ୍ଟିଟ୍ୟୁଟ୍, ସମ୍ବଲପୁର ଶାଖାର ଶକ୍ତି ନଗର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ନିଃଶୁକ୍ଳ ସ୍ବାସ୍ଥ୍ୟ ଶିବିର ଓ ସିଏମଇ  ଆୟୋଜିତ ହୋଇଥିଲା।ଶିବିରକୁ ଆସିଥିବା ସମସ୍ତଙ୍କ ଚିକିତ୍ସା, ନିଦାନ ସହିତ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଶାଖାକୁ ପ୍ରୋଫେସର ଡା.ରାସେଶ୍ବରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଓ ପ୍ରୋଫେସର ଡା.ଗଙ୍ଗାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବହୁ ପ୍ରଖ୍ୟାତ ଡାକ୍ତର, ଅତିଥି ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ। ଡାକ୍ତରମାନଙ୍କ ପାଇଁ କଂଟିନୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) ସେସନ୍ ଆୟୋଜିତ ହୋଇଥିଲା। ଯେଉଁଠାରେ ପ୍ରଜନନ, ପୁନର୍ଜନନ, ଚର୍ମ ଓ ଏଷ୍ଟ୍ରେଟିକ ଚିକିତ୍ସାର ନବୀନତମ ଅଭିନବତା ବିଷୟରେ ଜ୍ଞାନ ଆଦାନ ପ୍ରଦାନ ହୋଇଥିଲା। ଡା.ଶକ୍ତି କୁମାର ତ୍ରିପାଠୀ ଓ ଡା. ଇପ୍ସିତା ଦେବତାଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ସଂସ୍ଥା, ଓଡ଼ିଶାରେ ଫର୍ଟିଲିଟି, ଚର୍ମ, ଏଷ୍ଟ୍ରେଟିକ, କସ୍ମେଟିକ ଗାଇନିକୋଲୋଜି ଓ ରିଜେନେରେଟିଭ୍ ମେଡିସିନ୍ କ୍ଷେତ୍ରରେ ଏକ ସମଗ୍ର ଓ ରୋଗୀ -କେନ୍ଦ୍ରିତ ଆଧୁନିକ ସେବା ପାଇଁ କାର୍ଯ୍ୟ କରୁଛି ବୋଲି ଡା. ତ୍ରିପାଠୀ ଓ ଡା. ଦେବତା ଉଣାଇଛନ୍ତି। ଶେଷରେ ସଂସ୍ଥାର ନିର୍ଦ୍ଦେଶକ ଡା. ଶକ୍ତି କୁମାର ତ୍ରିପାଠୀ ଏବଂ ଡ଼ା ଇପ୍ସିତା ଦେବତା ସମସ୍ତଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS