BREAKING
Loading...
:

ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ ୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ବାରସୁ

 



ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ

୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ବାରସୁ

ମୟୂରଭ୍ରଂଜ

 ମୟୂରଭ୍ରଂଜ ଜିଲ୍ଲାର ବାମନଘାଟୀ


ଉପଖଣ୍ଡର ବହଳଦା ବ୍ଳକର ଯଶିପୁର ପଞ୍ଚାୟତର ଜନସଂଖ୍ୟା ୭୫୦୦ ରୁ ଉର୍ଦ୍ଧ ସରକାର ପୁରୁଣା ଗାଇଡ ଲାଇନ ଅନୁସାରେ ଗୋଟିଏ ପଞ୍ଚାୟତ ଗଠନ ପାଇଁ ୨୦୦୦ ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥ‌ିବା ଦରକାର । ତେଣୁ ସେହି ନିୟମ ଅନୁସାରେ ଯଶିପୁର ପଞ୍ଚାୟତକୁ ଦୁଇଭାଗ କରି କୁଦରସାହି କୁ ଏକ ନୂତନ ପଞ୍ଚାୟତ ଗଠନ ପାଇଁ ୫ ଗ୍ରାମବାସୀ ମିଳିତ ଦାବି କରୁଛନ୍ତି ।ଭୌଗଳିକ ଦୃଷ୍ଟିରୁ ବଣ ଜଙ୍ଗଲ ଘେରା ଅବସ୍ଥିତ ଏହି ୫ ଟି ଗ୍ରାମ ଯାହାର ଲୋକସଂଖ୍ୟା ୨୫୦୦ ରୁ ଉର୍ଦ୍ଧ୍ବ । ଏହି ୫ ସାପଘରା,ନୂଆଗାଁ,କୁଦରସାହି,ଅସୁରଘାଟି ଓ ରଙ୍ଗାମାଟିଆ । ୨୦୨୨ରେ ଯଶିପୁର ଗ୍ରାମ ପଞ୍ଚାୟତକୁ ଦୁଇ ଭାଗରେବିଭକ୍ତ କରିବା ପାଇଁ ସର୍ଭେ ହୋଇଥିଲା ।କିନ୍ତୁ ଏ ଯାଏଁ ତାହା କାର୍ଯ୍ୟକାରୀ ସୋଇ ପାରୁ ନାହିଁ ।ସାଂପ୍ରତିକ ପରିସ୍ଥିତିରେ ଦୁର୍ଗମ ପାହାଡିଆ ଅଞ୍ଚଳରେ ରହୁଥ‌ିବା ବୟସାଧୂକ ଲୋକ,ଦିବ୍ୟାଙ୍ଗ,ଅସୁରଘାଟି ପାହାଡ଼ରେ ରହୁଥ‌ିବା ୧୦୦ ରୁ ଉର୍ଦ୍ଧ୍ବ ଘଂଟିଆ ପରିବାର ଲୋକେ ରାସନ୍ ସାମଗ୍ରୀ ,ସରକାରୀ ଯୋଜନାର ସୁଫଳ,ରାସ୍ତାଘାଟ,ବିଜୁଳି,ପାନୀୟ ଜଳ ନେବା ପାଇଁ ନାହିଁ ନଥ‌ିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ତେଣୁ ସେହି ୫ ଗ୍ରାମର ଶତାତ୍ତ୍ଵିକ ଗ୍ରାମବାସୀ  ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରାଙ୍କୁ କୁଦରସାହିକୁ ନୂତନ ପଞ୍ଚାୟତ ଗଠନ ନେଇ ଏକ ଲିଖ ପ୍ରଦାନ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS