BREAKING
Loading...
:

ଖଣ୍ଡପଡ଼ା ବ୍ଲକରେ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ

 ଖଣ୍ଡପଡ଼ା ବ୍ଲକରେ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ 


ଖଣ୍ଡପଡ଼ା ୮|୧୦ (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଳକ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯାଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀତ ଜନଶୁଣାଣି ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି।ନୟାଗଡ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର,ଖଣ୍ଡପଡ଼ା ବ୍ଳକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ବ୍ଳକ ସହକାରୀ ନିର୍ବାହୀଯନ୍ତ୍ରୀ ଆଶୁତୋଷ ମହାନ୍ତି, ଜିଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିୟାରସିଂ,ବ୍ଳକ ସାମାଜିକ ସମୀକ୍ଷକ ଅମନଜିତ ସାହୁ,ମନରେଗା ସହକାରୀ ପ୍ରକଳ୍ପ ଅଧିକାରିଣୀ ଜୟନ୍ତୀ ମିଶ୍ର,ବ୍ଳକ ଯୋଗାଣ ନୀରିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା,ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ଯ ରାମେଶ୍ୱର ଶତପଥିଙ୍କ ସମେତ ବରିଷ୍ଠ ଓ କନିଷ୍ଠ ଯନ୍ତ୍ରୀମାନେ ଶିବିରରେ ଉପସ୍ଥିତ ଥିଲେ |ମନରେଗା ଯୋଜନାରେ ଖଣ୍ଡପଡ଼ା ବ୍ଳକ ଅଧୀନ ୨୨ ଗୋଟି ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସଂପର୍କରେ ଶିବିରରେ ଆଲୋଚନା କରାଯାଇ ସମୀକ୍ଷା କରାଯାଇଥିଲା। ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୩୭୩ ଟି ପ୍ରକଳ୍ପ କାର୍ଯ୍ଯ ଶେଷ ହୋଇଥିବା ବେଳେ ସର୍ବମୋଟ ୨୧,୦୩୫ ଜଣଙ୍କୁ ଜବ୍‌କାର୍ଡ ପ୍ରଦାନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ମନରେଗା

ଯୋଜନାରେ ୮୭୯ ଗୋଟି କାର୍ଯ୍ୟର ସମୀକ୍ଷା କରାଯାଇଥିଲା।୨୦୨୪-୨୫ ଆର୍ଥିକ ବର୍ଷରେ ୬୩୭୮ ଟି ପରିବାରକୁ କାର୍ଯ୍ଯ ପ୍ରଦାନ କରାଯାଇଥିବା ବେଳେ ୨,୪୯,୮୧୫ ଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣାପଡିଛି।ମନରେଗା କାର୍ଯ୍ଯ ସଂର୍ପକିତ ୪୧୮ ଗୋଟି ଅଭିଯୋଗରୁ ଗ୍ରାମସଭା ଜରିଆରେ ଆଲୋଚନା କରାଯାଇ ୩୯୦ ଗୋଟି ଅଭିଯୋଗର ସମାଧାନ କରାଯାଇଥିବା ବେଳେ ସର୍ବମୋଟ ୭୧ ଟି ପରିବାର ୧୦୦ ଦିନର କାର୍ଯ୍ଯ କରିଥିବା ବେଳେ ୨୨,୬୫୬ ଜଣ କୁଶଳୀ ଶ୍ରମିକ ଥିବା ନେଇ ସୂଚନା ଦିଆଯାଇଥିଲା। ଏତଦ ବ୍ୟତିତ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ ହୋଇଥିବା ମନରେଗା ଯୋଜନା କାର୍ଯ୍ୟ ସମ୍ପର୍କିତ ଅନ୍ୟ ଅଭିଯୋଗ ଗୁଡିକ ଉପରେ ଆସନ୍ତା ୭ ଦିନ ମଧ୍ୟରେ ଶୁଣାଣି କରିବା ପାଇଁ ଉପ ଜିଲ୍ଲାପାଳ ବିଭାଗୀୟ ଅଧିକାରିଣୀ ଓ ବ୍ଳକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS