୨୦ ତାରିଖ ଦୀପାବଳି ଅତିରିକ୍ତ ଛୁଟି
ଭୁବନେଶ୍ୱର: ଦୀପାବଳି ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୨୦ତାରିଖ ଦିନ ଦୀପାବଳି ପାଳନ ପାଇଁ ଶ୍ରୀମନ୍ଦିର ପକ୍ଷରୁ କୁହାଯିବା ପରେ ଏହି ଦିନକୁ ଛୁଟି ଘୋଷଣା କରାଯାଇଛି । ନୂଆପଡା ଜିଲା ବ୍ୟତୀତ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ନୂଆପଡାରେ ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବାରୁ ୨୦ତାରିଖ ଦିନ ସେଠାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଏହାସହିତ ଆସନ୍ତା ୨୫ ତାରିଖ ଶନିବାର ଦିନ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି । ସରକାରୀ ଭାବେ ୨୦ ଓ ୨୧ ତାରିଖକୁ ଦୀପାବଳି ଛୁଟି ଘୋଷଣା ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment