ବିଶ୍ୱନାଥପୁର- ମୂଷାନାଲ ରାସ୍ତା ଅତ୍ୟନ୍ତ ଶୋଚନୀୟ
ଗଡ଼ି ପାରୁନି ଆମ୍ବୁଲାନ୍ସ, ଲୋକେ ହଟହଟା l
ଲାଞ୍ଜିଗଡ଼,-:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରୁ ବିଜେପୁରକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଖାଲଖମା ସୃଷ୍ଟି ହୋଇଥିବାବେଳେ ବନ୍ଧପାରି ଓ ମୂଷାନାଲ କେନ୍ଦୁଗୁଡା ଛକ, ଦୋରାପଡ଼ା ଠାରେ ରାସ୍ତା ଦୁଇ ପାର୍ଶ୍ଵ ବଡ଼ ବଡ଼ ଖାଲ ହେବା ସହ କୃତ୍ରିମ ପୋଖରୀ ସୃଷ୍ଟି ହୋଇ ପାଣି ଜମିରହୁଛି। ଯାହାଫଳରେ ଚାରି ଚକିଆ ଯାନ ବାହାନ ଯିବା ବହୁତ କଷ୍ଟ ହେଉଥିବାବେଲେ ଦୁଇ ଚକିଆ ଯିବାପାଇଁ ମଧ୍ୟ୍ୟ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଉକ୍ତ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନ'ଥିବା ଚିତ୍ର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଲାଞ୍ଜି ପଞ୍ଚାୟତ ସ୍ଥିତ ସିନ୍ଧିପଦର ଗ୍ରାମର ସୁମନ୍ତୀ ହରିଜନଙ୍କୁ ଶନିବାର ଗର୍ଭ ଯନ୍ତ୍ରଣା ହେବାରୁ ସ୍ୱାମୀ ନରେନ୍ଦ୍ର ହରିଜନ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁଁ କଲେ ବଳେ କୌଶଳେ ସିନ୍ଧିପଦର ଗାଁକୁ ଆମ୍ବୁଲାନ୍ସ ପହଞ୍ଚିଥିଲା ହେଲେ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଶ୍ୱନାଥପୁରକୁ ଯାଉଥିବାବେଲେ ମୂଷାନାଲ ଦୋରାପଡ଼ା ନିକଟରେ ସୃଷ୍ଟି ହୋଇଥିବା ଖାଲରେ ପଡ଼ି ଗଡ଼ି ପାରିନ'ଥିଲା ଆମ୍ବୁଲାନ୍ସ। ଶେଷରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ କୁ ପଛପଟେ ଠେଲି ଉକ୍ତ ଗର୍ତ୍ତରୁ ବାହାକରି ରୋଗୀଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ସୂଚନା ମିଳିଛି l ତେଵେ ଉକ୍ତ ରାସ୍ତା ସମସ୍ୟାକୁ ନେଇଁ ଗତ ୧୬ ତାରିଖରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତିଙ୍କ ସଭାପତିତ୍ୱରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ଶହ ଲାଞ୍ଜିଗଡ ବ୍ଲକର ମୌଳିକ ସମସ୍ୟା ପ୍ରତି ପଦକ୍ଷେପ ନ ନେଲେ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରେସ କ୍ଳବ ନୈତିକ ଦାୟିତ୍ୱ ନେବା ଶହ ରାଜରାସ୍ତାକୁ ଓଲ୍ଲାଇବୁ ଓ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଫିସ ସାମ୍ନାରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଥିଲେ କିନ୍ତୁ ପରିତାପର ବିଷୟ ଏବେ ଯାଏଁ କୌଣସି ସଂଘଠନ ଧାରଣାରେ ବସିନାହାନ୍ତି କି ଚେତାବନୀ ପରେ ମଧ୍ୟ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବେ ଯାଏଁ ରାସ୍ତା ମରାମତି କରିନି l ତେଵେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘଠନ ଲାଞ୍ଜିଗଡ ପ୍ରେସ କ୍ଲବ କେବେ ଧାରଣା ଦେଉଛି ଓ ରାସ୍ତା କେବେ ସୁଧାର ଆସୁଛି ତାହା ଦେଖିବାକୁ ବାକି ରହିଲା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق