ଆରସି ସାମନ୍ତରାୟ ମହାବିଦ୍ୟାଳୟ ତରଫରୁ ସଡକ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ
ଗଣିଆ ୨୨/୦୯(ମଣିଭଦ୍ରା ଖବର) ଗଣିଆରେ ଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ସଡକ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ସ୍ମୃତି ରଞ୍ଜନ ବେହେରାଙ୍କ ନେତୃତ୍ବରେ ୪୦ ଜଣ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସ୍ଥାନୀୟ ଗୋପାଳପ୍ରସାଦ ଠାରେ ଗଣିଆ-କଣ୍ଟିଲୋ ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ଗାଡି ଚାଳକ ମାନଙ୍କୁ ସଚେତନ କରିବା ସହିତ ହେଲମେଟ ଏବଂ ସିଟବେଲ୍ଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।
ଦ୍ରୁତ ଗତିରେ ଗାଡି ଚାଳନା ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଅମୂଲ୍ୟ ଜୀବନକୁ ଏଭଳି ନଷ୍ଟ ନକରିବାକୁ ଛାତ୍ର ଛାତ୍ରୀ ମାନେ ସଚେତନ କରିଥିଲେ । ବିଶେଷକରି ଯୁବସମାଜ ମଦ୍ୟପାନ କରି ଗାଡି ଚାଳନା କରୁଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ତେଣୁ ଯୁବ ସମାଜ ସତର୍କ ହେବା ନିହାତି ଆବଶ୍ୟକ ।
ମହାବିଦ୍ୟାଳୟର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଜାତୀୟ ସେବା ଯୋଜନାର ସଚେତକ ସୈମ୍ୟରଞ୍ଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق