BREAKING
Loading...
:

କରପଡା ଗ୍ରାମର ଭାଗବତ ଟୁଙ୍ଗି ଦ୍ୱାରା ଅନୁଷ୍ଠିତ ଭାଗବତ ସପ୍ତାହ ର ସମାପନି*- l

 *କରପଡା ଗ୍ରାମର ଭାଗବତ ଟୁଙ୍ଗି ଦ୍ୱାରା ଅନୁଷ୍ଠିତ ଭାଗବତ ସପ୍ତାହ ର  ସମାପନି*- l




ଛତ୍ରପୁର- ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ପ୍ରଵଚନ ମହା ସମାରୋହରେ ସମାପନ ହୋଇଜାଇଛି, ଏହା ଏକ ସପ୍ତାହ ଧରି ଚାଲିଥିଲା। ଉକ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନରେ *ଭାଗବତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡା* ଶ୍ରଦ୍ଧାଳୁ ମାନଙ୍କୁ ସରଳ ଭାବରେ ଭାଗବତ କଥା ପ୍ରସଙ୍ଗ ବାଖ୍ୟା ପ୍ରବଚନ ମାଧ୍ୟମରେ ପ୍ରସଙ୍ଗିତ କରୁଥିବାରୁ ହଜାର ହଜାର ଭକ୍ତ ଙ୍କ ସମାବେଶ ହେlଇଥିଲା l ଅନ୍ତିମ ଦିନ ରେ ମାଁ ରାମଚଣ୍ଡୀ ପୂଜା କମିଟି  ଉପଦେଷ୍ଟା *ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ(ମହାରାଜ)* ଙ୍କ ଦ୍ୱାରା ବ୍ୟାସପୂଜା କରି ସମାପନ କରାଯାଇଥିଲା l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ସମ୍ପୁର୍ଣ୍ଣଭାବେ ଜୋତିର୍ବିଦ ଦୀପକ କୁମାର ଦାସ ସଂଯୋଜନା କରିଥିଲେ l ଶେଷରେ  ଭାଗବତ ଟୁଙ୍ଗୀର ଶ୍ରୀ ଜଗନ୍ନାଥ ନାୟକ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଧିକାରୀ ତଥା ରାମଚଣ୍ଡୀ ମନ୍ଦିର ପୂଜାକମିଟି ଉପସଭାପତି ଦିବାକର ନାୟକ, ନାରାୟଣ ଚର୍ତ୍ତୀ,କେଦାର ନାୟକ,ରାମ ନାୟକ, ମକୁନ୍ଦ ନାୟକ, ଉତ୍ତମ ନାୟକ, କୁଞ୍ଜ ନାୟକ ଙ୍କ ସହିତ କରପଡା ଗ୍ରାମର ଭାଗବତ ଟୁଙ୍ଗି ର ମୁଖ୍ୟ ପରିଚାଳକ ନିଶାକର ନାୟକ ଙ୍କ ସହିତ ଶତାଧିକ ଭକ୍ତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ସନାତନ ଓ ହିନ୍ଦୁ ପରମ୍ପରା କୁ ବଜାୟ ରଖିବା ସହିତ ଆଧ୍ୟାତ୍ମିକ ଭାବ ଜାଗୃତି କରିବା ପାଇଁ କରପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏବଂ ଏହା ସହିତ ଅନ୍ତିମ ଦିନରେ ଏକ ହଜାର ରୁ ଉର୍ଦ୍ଧ ଗ୍ରାମବାସୀ ଓ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଗଞ୍ଜାମ ଥାନା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ର ସମ୍ପୂର୍ଣ ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS