BREAKING
Loading...
:

ହାଵସପୁରୀ ଡିଜାଇନ ପୁନର୍ବାର ଉଦ୍ଧାର ଯୋଜନା ରେ ଦ୍ଵିତୀୟ ତନ୍ତୁ ତାଲିମ ଶିବିର

 ହାଵସପୁରୀ ଡିଜାଇନ ପୁନର୍ବାର ଉଦ୍ଧାର ଯୋଜନା ରେ ଦ୍ଵିତୀୟ ତନ୍ତୁ ତାଲିମ ଶିବିର 


ଜୁନାଗଡ଼,.-:ଜୁନାଗଡ଼ ବ୍ଲକ ହାବସପୁର ଗ୍ରାମ ପଞ୍ଚାୟତ ତନ୍ତୁବାୟ ସମିତି ଗୃହରେ ଶନିବାର ଦ୍ବିତୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ସଂପୃକ୍ତ ଏହି କାର୍ଯ୍ୟକ୍ରମରେ ବ୍ୟଚ ସଦସ୍ୟ ୨୦ ଜଣ ଯୋଗ୍ୟ ପ୍ରାର୍ଥୀ ୬ ମାସ ପର୍ଯ୍ୟନ୍ତ ଟ୍ରେନିଙ୍ଗ ଦିଆଯିବା ତାଲିମ ଶିବିର ପକ୍ଷରୁ ଗଜିନ୍ଦ୍ର କଶ୍ୟପଙ୍କୁ ମନୋନୀତ କରଯାଇଥିଲା। ପରେ ପ୍ରଥମ ବ୍ୟାଚରେ ଟ୍ରେନିଙ୍ଗ ନେଇଥିବା ସଦସ୍ୟ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୬ ଜଣ ମନୋନୀତ ପ୍ରଥୀଙ୍କୁ ହସ୍ତତନ୍ତ ଓ ଶାରଦମ୍ ଓଡ଼ିଶା ସରକାରଙ୍କ ତରଫରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ପୁରସ୍କାର ପ୍ରଦାନ କରିଥିଲେ। ଏହି ତାଲିମ ବିଷୟରେ ତଥା ବୁଣାକାର କାମ କରି କେମିତି ରୋଜଗାର କ୍ଷମ ହେବା ବିଷୟରେ ବୁଝାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଡେପୁଟି ଡାଇରେକ୍ଟର ଶିଶିର ନାଗ, ଆସିଷ୍ଟାଣ୍ଟ ଡାଇରେକ୍ଟ ସୁଦାମ ଦେହୁରୀ, ବିଏଲ୍ସି  ଓଏଲମ ଧର୍ମେନ୍ଦ୍ର ଦୀପ, ଆକାଉଣ୍ଟାଣ୍ଟ ଓ ଆରଏମ୍ ଏ ଏସ  ଦେବାଶିଷ ସାହୁ, କୁନ୍ତଳା ରାଉତ, ସ୍ଥାନୀୟ ସରପଞ୍ଚ ବିକାଶ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ହାବସପୂର୍ ମୁକୁନ୍ଦ ଡୋରା, ସଂପାଦକ ସତ୍ୟ ନାରାୟଣ ମେହେର, ଗଜେନ୍ଦ୍ର କଶ୍ୟପ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ବିକ୍ରମ କନ୍ଧର ଦାୟିତ୍ବ ତୁଲାଇବା ବେଳେ, ଉଦିପ୍ତ ଶେଖର ସୁନା, ପ୍ରହ୍ଲାଦ ମେହେର, ତରୁଣ ଭୋଇ, ଜିତେନ୍ଦ୍ର କଶ୍ୟପ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଶେଷ ସହୋଯୋଗ ଶୁଭେନ୍ଦୁ ମେହେର କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS