BREAKING
Loading...
:

CMC ଅଫିସ୍ ସାମନାରେ ବସ୍ତି ବାସିନ୍ଦାଙ୍କ ଧାରଣା,

 CMC ଅଫିସ୍ ସାମନାରେ ବସ୍ତି ବାସିନ୍ଦାଙ୍କ ଧାରଣା,




ଆଜି ଦିନ ଏଗାରଟା ବେଳେ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ ତରଫରୁ ସଭାପତି ଶ୍ରୀ ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ ଏକ ଗଣ ଧାରଣାର ଆୟୋଜନ ହୋଇଯାଇଛି, ଜଗତପୁର ତ୍ରିନାଥ ସାହି ଆଦିବାସୀ ବସ୍ତିରେ ପ୍ରାୟ ଏକ ବର୍ଷ ହେବ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପ୍ରାୟ ପନ୍ଦରରୁ ଉର୍ଦ୍ଧ ବସ୍ତି ବାସିନ୍ଦା ମାନଙ୍କର ଶୌଚାଳୟ ନିର୍ମାଣ ପାଇଁ କାର୍ଯ୍ୟାଦେଶ ହୋଇଥିବାରୁ ବସ୍ତି ବାସିନ୍ଦା ମାନେ ନିଜ ଖର୍ଚ୍ଚରେ ଶୌଚାଳୟ ନିର୍ମାଣ କରିଥିଲେ, କିନ୍ତୁ ଏକ ବର୍ଷ ବିତିଲା ପରେ ମଧ୍ୟ ସେମାନଙ୍କୁ ଏ ବାବଦର ଅର୍ଥ ପ୍ରଦାନ କରାଯାଇ ନାହିଁ, ଏବଂ ଉକ୍ତ ବସ୍ତିରେ ଥିବା ବୈଦ୍ୟ ମାନଙ୍କ ବସ୍ତିରେ ଫେବର ବ୍ଲକ ରୋଡ ହୋଇ ପାରିନାହିଁ, ତେଣୁ ବର୍ଷା ଦିନେ ସେଠାକାର ପରିବେଶ ନର୍କଠାରୁ ମଧ୍ୟ ଅଧିକ କଦର୍ଯ୍ୟ ହୋଇ ଯାଉଛି, ତେଣୁ ତୁରନ୍ତ ଶୌଚାଳୟ ବାବଦର ଅର୍ଥ ପ୍ରଦାନ କରିବା ଏବଂ ରାସ୍ତା ନିର୍ମାଣ କରିବା ଦାବିରେ ଏକ ଗଣ ଧାରଣାର ଆୟୋଜନ କରାଯାଇ କମିଶନରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା, ଏଥିରେ ଶ୍ରୀ ଆଜାଦଙ୍କ ବ୍ୟତୀତ ସର୍ବଶ୍ରୀ ବାବୁ ବୈଦ୍ୟ, କାଶୀନାଥ ସ୍ୱାଇଁ, ଡ଼ଃ, ଜ୍ଞାନଗୁରୁ ଦାସ, ସଞ୍ଜୟ ନାୟକ, କିସନ୍ ବୈଦ୍ୟ, ସୁଜି ଶବର, ରାଜେଶ ବୈଦ୍ୟ, ଚାନ୍ଦିନୀ ବୈଦ୍ୟ, ଲକ୍ଷ୍ମୀ ବୈଦ୍ୟ, ସୀମା ବୈଦ୍ୟ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS