BREAKING
Loading...
:

ସମାଜ ପାଇଁ ଅନନ୍ୟ ଉଦାହରଣ ସମାଜ ସେବୀ ରୁକଚନ୍ ମାଝୀ

 ଛାତ୍ରଛାତ୍ରୀଙ୍କ ପାଠପଢା ଓ ଗବେଷଣା ପାଇଁ ଦାନ କରିବେ ଶରୀର: 


ସମାଜ ପାଇଁ ଅନନ୍ୟ ଉଦାହରଣ ସମାଜ ସେବୀ ରୁକଚନ୍ ମାଝୀ 



କଳାହାଣ୍ଡି - : ସମାଜ ରେ କିଛି ଭଲ କରିବା ପାଇଁ ସେ ସଦା ତତ୍ପରତା ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି ପରଉପକାର ପାଇଁ ନିତ୍ୟ ଚେଷ୍ଟିତ ଏମିତି ଜଣେ ଯୁବ ବ୍ୟକ୍ତିତ୍ଵ ହେଉଛନ୍ତି ୧୯ ବର୍ଷ  ବୟସ୍କ ରୁକଚନ୍ ମାଝୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡ଼ା ପଞ୍ଚାୟତ ବୋକ୍ରାସିଲ ଗ୍ରାମ ର ସେ ଜଣେ କବି ସମାଜ ସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଅଟନ୍ତି। ମୃତ୍ୟୁ ପରେ ନିଜ ଶରୀର କୁ ଛାତ୍ରଛାତ୍ରୀଙ୍କ ପାଠପଢା ଓ ଗବେଷଣା ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି। ମଣିଷ ମରିଗଲେ ତାକୁ ନିଆଁ ରେ ପୋଡ଼ି ଗାତ ଖୋଲି ପୋତି ଦେଉଛନ୍ତି ତାହା କୈାଣସି ଲୋକଙ୍କ ର କାମ ରେ ଆସୁ ନାହିଁ ବୋଲି କହିଛନ୍ତି ରୁକଚନ୍, ସରକାରୀ ସ୍ତରରେ ନିଜ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି। ଅଙ୍ଗ ଦାନ୍ ପଞ୍ଜିକରଣ ଖବର ଚାରିଆଡେ ପ୍ରଚାରିତ ହେବା ପରେ ରୁକଚନ୍ ମାଝୀ ଙ୍କୁ ଶହ ଶହ ଲୋକେ ପ୍ରଶଂସା କରିବା ସହ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୃତ୍ୟୁ ପରେ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ କରି ଅନ୍ୟ ଜୀବନ ବଞ୍ଚାଇବା ଏକ ମହତ୍ କାମ ତେଣୁ ପ୍ରତ୍ୟେକ ସଚେତନ ନାଗରିକ ସ୍ବେଚ୍ଛାସେବୀ ଅଗ୍ରସର ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ଓ ସମାଜ ପାଇଁ ନୂଆ ବାର୍ତ୍ତା ଦେଇଛନ୍ତି ରୁକଚନ୍ , ପିଲାବେଳୁ ଅଙ୍ଗ ଦାନ୍ କରିବାର ତାଙ୍କର ବହୁତ ଇଛା ଥିଲା ଏହା ପୂରଣ ହେବାକୁ ଯାଉଥିବା ରୁ ତାଙ୍କୁ ଆତ୍ମସନ୍ତୋଷ ମିଲିଛି ବୋଲି ରୁକଚନ୍ ପ୍ରକାଶ କରିଛନ୍ତି। ସେଥି ପାଇଁ ସେ କେବେ ନିଜ ଲକ୍ଷ୍ୟପଥରେ  ବାଧାର ସମ୍ମୁଖୀନ ହୋଇନାହାନ୍ତି। ସମସ୍ତଙ୍କ ପାଇଁ ପାଲଟି ଯାଇଛନ୍ତି ସେ ଆପଣାର ମଣିଷ ରୁକଚନ୍,ଏବେ ସ୍ଥାନୀୟ ଅଞ୍ଚଳରେ ସେ ଜଣାଶୁଣା ଯୁବ ସମାଜ ସେବୀ ତଥା କବି ଓ ଯୁବ ସମ୍ବାଦିକ ତାଙ୍କର ଏଭଳି ବାର୍ତ୍ତା ପାଇଁ ବୃଦ୍ଧିଜିବି ମହଲରେ ପ୍ରଶଂସା ର ପାତ୍ର ହୋଇଛନ୍ତି ରୁକଚନ୍ ମାଝୀ  ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS