ମଧ୍ୟାହ୍ନ ଭୋଜନ ଶିକ୍ଷକଙ୍କୁ ଅଡୁଆ
ଉପସ୍ଥାନରେ ଚାଲିଛି ଜାଲିଆତି
‐-------------------------------------------------------
ଦିନକୁ ଦିନ ଚୁଲିକୁ ଗଲାଣି ପାଠପଢା
ଦେବଗଡ଼ ‐ ଛାତ୍ର ଉପସ୍ଥାନରେ ବୃଦ୍ଧି, ଅଧାରୁ ପାଠପଢା ଛାଡୁ ଥିବା ବିଦ୍ୟାର୍ଥୀ ଙ୍କୁ ରୋକିବା ତଥା ଅପପୁଷ୍ଟି ଦୂର ପାଇଁ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଲାଗୁ କରିଛନ୍ତି I କିନ୍ତୁ ଏ ସବୁ ଯୋଜନା ଗୁଡିକ ଦିଗହରା ହେବାରେ ବସିଲାଣି I ଛାତ୍ରଛାତ୍ରୀ ମାନଙ୍କ ସର୍ବମୋଟ ଉପସ୍ଥିତି ତାଲିକା, ଦିନ 11 ଟା ସୁଦ୍ଧା ଶିକ୍ଷା ବିଭାଗ କୁ ପ୍ରଧାନ ଶିକ୍ଷକ ମାନେ ଜଣେଇବାର ବିଧି ରହିଥିଲେ ସୁଦ୍ଧା କିଛି ବିଦ୍ୟାଳୟ ରେ ଏହି ନିୟମକୁ ଉଲ୍ଲଂଘନ କରାଯାଉଛି I ନେଟୱର୍କ ଆଳ କରି କିଛି ଶିକ୍ଷକ ଖସି ଯିବା ପାଇଁ ଚିନ୍ତା କରୁଥିବା ବେଳେ କିଛି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିଷ୍ଠା ପୂର୍ବକ ମଧ୍ୟାହ୍ନ ଭୋଜନ ର ସବୁ ଦାୟିତ୍ଵ ତୁଲାଉଛନ୍ତି I ଏ ସବୁ ଭିତରେ ଯେଉଁଠି ଅଳ୍ପ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍କୁଲ ଚାଲିଛି ସେଠାରେ ପ୍ରଧାନ ଶିକ୍ଷକ ନିଜ ପକେଟରୁ ପ୍ରତି ମାସରେ କିଛି ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି I ଏହାର କାରଣ ହେଉଛି ସରକାରୀ ସ୍ତରରୁ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଖର୍ଚ୍ଚ ତୁଳନାରେ ବଜାର ରୁ କିଣା ଯାଉଥିବା ଖାଦ୍ୟ ସାମଗ୍ରୀ ର ଖର୍ଚ୍ଚ ଅଧିକ ହୋଇଯାଉଛି I ତେଣୁ କିଛି ଶିକ୍ଷକ ମଧ୍ୟାହ୍ନ ଭୋଜନ ରେ ଜାଲିଆତି କରିବା ପାଇଁ ବାଧ୍ଯ ହେଉଛନ୍ତି I ତେଣୁ କିଛି ଶିକ୍ଷକ ଆସୁଥିବା ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ଠାରୁ ଅଧିକ ଉପସ୍ଥାନ ପକେଇ ବେନିୟମ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି I ପ୍ରତ୍ୟେକ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅଭାବ ଥିଲାବେଳେ ମଧ୍ୟାହ୍ନ ଭୋଜନ ପାଇଁ ଜଣେ ଶିକ୍ଷକଙ୍କୁ ଦାୟିତ୍ଵ ଦେବା ବୋଝ ଉପରେ ନଳିତା ବିଡା ସଦୃଶ ହେଉଥିବା ବେଳେ ପାଠପଢ଼ା ରେ ବ୍ୟାହତ ସୃଷ୍ଟି ହେଉଛି I ଅନ୍ୟ କେତେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୋଷେଇ ଦାୟିତ୍ଵ ନେଇଥିବା ମହିଳା ଗୋଷ୍ଠୀ ମଧ୍ୟରେ ସମୟ ଅଭାବରୁ ବିଦ୍ୟାଳୟ ରେ ସମସ୍ୟା ଦେଖାଦେଉଛି I ଠିକ୍ ସମୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନ କଲେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍କ୍ଷ ପାଖରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି I ସୋମବାର ଓ ଗୁରୁବାର ଭାତ ଡାଲମା,ମଙ୍ଗଳବାର ଓ ଶୁକ୍ରବାର ସୋୟାବିନ,ବୁଧବାର ଓ ଶନିବାର ଅଣ୍ଡା ତରକାରୀ ହେବା ନେଇ ଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି I ଚାଉଳ କୁ ବାଦ ଦେଇ ଚଳିତ ବର୍ଷ ରୁ ଏଥିପାଇଁ ପ୍ରାଇମେରୀ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ପ୍ରତି 11.15 ପଇସା ଓ ଅପର ପ୍ରାଇମେରୀ ପାଇଁ ଉପସ୍ଥାନ ପ୍ରତି 14.74 ପଇସା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଜଣାପଡ଼ିଛି I ତେବେ ଶିକ୍ଷା ବିଭାଗର ଅଧିକାରୀମାନେ ମଧ୍ୟାହ୍ନ ଭୋଜନ ଭଳି ଏ ବ୍ୟବସ୍ଥା କୁ ଅଲଗା କରିବା ପାଇଁ ଅର୍ଥାତ୍ ଶିକ୍ଷକ ମାନଙ୍କୁ.ଏଥିରୁ ଦାୟିତ୍ଵ ମୁକ୍ତ କରିବା ପାଇଁ ଦାବି କରୁଛନ୍ତି I ସବୁ ବ୍ୟବସ୍ଥା ଭିତରେ କିଛି ସଚ୍ଚୋଟ ଦାୟିତ୍ୱବାନ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପାଇଁ ନାକେଦମ୍ ହେଲେଣି I ଦରଦାମ ବୃଦ୍ଧି ଯୋଗୁଁ ଖାଉଟି ତ୍ରାହି ତ୍ରାହି ଡାକୁଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ମଧ୍ୟାହ୍ନ ଭୋଜନ ରୂପକ ଜାଲରେ ଛନ୍ଦି ହୋଇ ଛଟପଟ ହେଉଛନ୍ତି I ବଡ କଥା ହେଉଛି ଯଦି କିଛି ଶିକ୍ଷକ 11 ଟା ଭିତରେ ଉପସ୍ଥାନ ସମ୍ପର୍କରେ ଶିକ୍ଷା ବିଭାଗକୁ ମେସେଜ ଦେଇ ପାରୁଛନ୍ତି ଅନ୍ୟ ଶିକ୍ଷକ ମାନେ କାହିଁକି ଦେଇ ପାରୁନାହାନ୍ତି ତାହା ତଦନ୍ତ ସାପେକ୍ଷ I ପ୍ରକୃତରେ ନେଟୱର୍କ ସମସ୍ୟା ନା ଆଉ କିଛି ଅଛି ? ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇଛନ୍ତି,ସେହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଘରୋଇ ଶିକ୍ଷାନୁଷ୍ଠାନରେ କେମିତି ପାଠ ପଢୁଛନ୍ତି ଏହା ତଦନ୍ତ ପରିସରଭୁକ୍ତ ହେବାର ଆବଶ୍ୟକତା ଥିବା ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଉଥିବା ବେଳେ ବିଭିନ୍ନ ଦୃଷ୍ଟିକୋଣରୁ ଦିଗହରା ହେବାକୁ ବସିଥିବା ମଧ୍ୟାହ୍ନ ଭୋଜନ ଯୋଜନା ଫଳରେ ବିଦ୍ୟାଳୟ ରେ ପାଠ ପଢା ଦିନକୁ ଦିନ ଚୁଲି କୁ ଯିବାକୁ ବସି ଥିବା ମଧ୍ୟ ଚିନ୍ତାର କାରଣ ପାଲଟିଛି I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment