BREAKING
Loading...
:

ବୃଦ୍ଧଙ୍କୁ ହତ୍ୟା କରି ପଥର କୋରଡରେ ଲୁଚାଇ ରଖିବା ଅଭିଯୋଗରେ ୩ ଗିରଫ ପୁଲିସ ।

 ବୃଦ୍ଧଙ୍କୁ ହତ୍ୟା କରି ପଥର କୋରଡରେ ଲୁଚାଇ ରଖିବା ଅଭିଯୋଗରେ ୩ ଗିରଫ ପୁଲିସ । 



ଗଜପତି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ପୁଲିସକୁ ଏକ ବଡ ସଫଳତା ମିଳିଲା । ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ପୁରୁଣାପାଣି ପଞ୍ଚାୟତର କାଦମୂଳି ଗାଁ ନିକଟସ୍ଥ ପାହଡରେ ବୃଦ୍ଧଙ୍କୁ ହତ୍ୟା କରି ଏକ ପଥର କୋରଡରେ ଚୁଚାଇ ରଖିଥିବା ଘଟଣାରେ ଆର,ଉଦୟଗିରି ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ଥାନା ଢେପଶଙ୍କରଖାଳି ଗାଁର ବୋଲି ପଣାପଡିଛି । ମୃତ ଜଣଙ୍କ ହେଲେ ସେହିଁ ଗାଁର ନାୟକ ନାମକ ମଦ୍ୟପାନ କରି ବଚସା ହେବା ପରେ ଅଭିଯୁକ୍ତମାନେ ଶିବକୁ ପଥରରେ ଛେଚି ହତ୍ୟା କରି ନିକଟସ୍ଥ ପାହଡ ଉପରେ ନେଇ ଏକ ପଥର କୋରଡ ଭିତରେ ଲୁଚାଇ ଦେଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି କୌଣସି ସନ୍ଧାନ ନ ପାଇବା ପରେ  ମୃତକଙ୍କ ଭାଇ ଆର,ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଗାଁକୁ ଯାଇ କିଛି ଜଣକୁ ଥାନାକୁ ଆଣି ପଚାର ଉଚାର ପରେ ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନେ ହତ୍ୟା କରି ମୃତକୁ ଲୁଚାଇ ରଖିଥିବା ସ୍ଥାନ ଦେଖାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ପଥର କୋରଡ ଭିତରୁ ମୃତ ଦେହ ଜବତ କରି ହତ୍ୟାକାଣ୍ଡ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୋମବାର ସନ୍ଧ୍ୟା ସମୟରେ ଆର,ଉଦୟଗିରି ଥାନା ଅଧିକାରୀ ଅଶ୍ବିନୀ ଭିତିରିଆ ସୂଚନା ଦେଇଛନ୍ତି। ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS