ସାମ୍ବାଦିକ ଙ୍କୁ ଭତ୍ତା ର ଶୁଭାରମ୍ଭ କରିବ ଜାତୀୟ ସାମ୍ବାଦିକ ସଂଗଠନ ଭଏସ ଅଫ ମେଡ଼ିଆ |
ବାଙ୍କୀ (ମାନସ ରଞ୍ଜନ ସାହୁ ):ଜାତୀୟ ସ୍ତର ର ସାମ୍ବାଦିକ ସଂଗଠନ ଭଏସ ଅଫ ମେଡ଼ିଆ ର କଟକ ଜିଲ୍ଲା ସାଙ୍ଗଠନିକ ବୈଠକ ବାଙ୍କୀ ଯାତମୁଣ୍ଡିଆ ସ୍ଥିତ ମା ଅରାଚଣ୍ଡୀ ଙ୍କ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ସାମ୍ବାଦିକ ମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା | ବିଶେଷ କରି ଭଏସ ଅଫ ମିଡ଼ିଆ ସଂଗଠନ ତରଫରୁ ସାମ୍ବାଦିକ ମାନଙ୍କୁ ମିଳିବାକୁ ଥିବା ବିଭିନ୍ନ ସହଯୋଗ ଓ ସୁବିଧା ଗୁଡିକ ବିଷୟରେ ବୈଠକ ରେ ଯୋଗ ଦେଇଥିବା ସଙ୍ଘ ର ରାଜ୍ୟ ସଭାପତି ଡ଼. ପ୍ରଭାତ କୁମାର ମିଶ୍ର ସମସ୍ତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ | ସଙ୍ଘ ର ସାମ୍ବାଦିକ ସଦସ୍ୟ ମାନଙ୍କ ପାଇଁ ଦଶ ଲକ୍ଷ୍ୟ ର ସ୍ୱାସ୍ଥ୍ୟ ବୀମା ରାଶି , ବରିଷ୍ଠ ଵା ଷାଠିଏ ବର୍ଷ ବୟସରୁ ଊର୍ଧ୍ୱ ସଦସ୍ୟ ଙ୍କ ପାଇଁ ଭତ୍ତା ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀ ର ସଦସ୍ୟ ଙ୍କ ପିଲା ମାନଙ୍କ ପାଇଁ ମେଧାବୃତ୍ତି ଓ ଗୃହ ଋଣ ଭଳି ବିଭିନ୍ନ ସୁବିଧା ସଙ୍ଘ ତରଫରୁ କିଭଳି ଯୋଗାଇ ଦିଆଯାଇ ପାରିବ ବୋଲି ଡ଼. ଶ୍ରୀ. ମିଶ୍ର ଆଲୋଚନା କରିଥିଲେ | ଆସନ୍ତା ନଭେମ୍ବର ମାସରୁ ସଙ୍ଘ ର ବରିଷ୍ଠ ସଦସ୍ୟ ମାନଙ୍କୁ ପ୍ରଥମ କରି ଭତ୍ତା ଵା ପେନସନ ର ଶୁଭାରମ୍ଭ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ.ମିଶ୍ର ଉକ୍ତ ବୈଠକ ରେ ସୂଚନା ଦେଇଛନ୍ତି | ପରିଶେଷରେ ଖୁବ ଶୀଘ୍ର ସଙ୍ଘ ଦ୍ୱାରା ଦେଶ ର ଯବାନ ମାନଙ୍କ ଉଦେଶ୍ୟ ରେ ଏକ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ ର ଆରମ୍ଭ କରାଯିବା ନେଇ ଯୋଜନା ର ଆଲୋଚନା କରାଯାଇଥିଲା | ଉକ୍ତ ବୈଠକ ରେ କଟକ ଜିଲ୍ଲା ର ବିଭିନ୍ନ ବ୍ଲକ ର ସଦସ୍ୟ ମାନେ ଯୋଗ ଦେଇଥିବା ବେଳେ ରାଜ୍ୟ ସଂଯୋଜକ ପୁର୍ଣ୍ଣେନ୍ଦୁ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପତି, କଟକ ଜିଲ୍ଲା ସଭାପତି ଅନିଲ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ନାୟକ, ଜିଲ୍ଲା ସମ୍ପାଦକ ସୁଶାନ୍ତ ନାୟକ, ସଂଯୋଜକ ଅଶୋକ ଦାସ, ଆଲୋକ ରାଉତ, ସହଦେଵ ମାଝୀ, ବିକ୍ରମ ସେଠ, ମନୋଜ ଷଡ଼ଙ୍ଗୀ ପ୍ରମୁଖ ସଙ୍ଘ ର ପ୍ରମୁଖ ସାମ୍ବାଦିକ ସଦସ୍ୟ ମାନେ ଯୋଗ ଦେଇଥିଲେ |
ମଣିଭଦ୍ରା ଖବର, ବାଙ୍କୀ
Post a Comment