BREAKING
Loading...
:

ମଦ କାଉଣ୍ଟରରେ ଚଢାଦରରେ ବିକ୍ରି ପୋଲିସ ନିଷ୍କ୍ରିୟ: ଅବକାରୀ ନିଦାବିଷ୍ଣୁ

 ମଦ କାଉଣ୍ଟରରେ ଚଢାଦରରେ ବିକ୍ରି 

              ପୋଲିସ ନିଷ୍କ୍ରିୟ: ଅବକାରୀ ନିଦାବିଷ୍ଣୁ 

-‐--------------------------------



ଦେବଗଡ଼- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକରେ ଗାଁ କୁ ଗାଁ  ଚୋରା ମଦ ଚାଲାଣ,  ପୋଲିସ ଥାନା ସମ୍ମୁଖରେ ବସ୍ତା ବସ୍ତା ମଦ ବିହାରି ଭାଇ ମାନେ ନିର୍ବିଘ୍ନ ତଥା ଅବାଧରେ ନେବା ପୋଲିସ ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ, ଅବକାରୀ ବିଭାଗ ନୀରବଦ୍ରଷ୍ଟା I ଏହାର ଅସଲ କାରଣ ହେଲା ବଟି କାରବାର I ଲୋକେ ମଦ ପିଇ ବରବାଦ ହେଲେ,  ମଲେ ଗଲେ ତାଙ୍କର ଯାଏ ଆସେ କେତେ I  ଦାଢିଆ ନିଶାନ ଏହି ମଦ କାରବାର ର ମାଷ୍ଟର ମାଇଣ୍ଡ I କାଉଣ୍ଟର ରେ ଆଙ୍ଗୁଠି ଗେଞ୍ଜି ଚଢାଦରରେ ବିଦେଶୀ ମଦ ବିକ୍ରି ହେବା ବାରମ୍ବାର ଅଭିଯୋଗ ଓ ଖବର ପ୍ରକାଶ ପାଇଲେ ମଧ୍ୟ ଉଭୟ ବାବୁମାନେ ଆଖିବୁଜି ଦେବା ସାର ହେଉଛି I ନକଲି ମଦ ତିଆରି ହୋଇ ରାତିରେ ଠିପି ବନ୍ଦ ହେଉଛି I  କହିବା କାହାକୁ ଶୁଣିବ କିଏ?ଶୁଣିଲାବାଲା  ନିଘୋଡ଼ ନିଦରେ I କାଉଣ୍ଟର ମାଲିକ କୋଟିପତି ହେବାରେ ଲାଗିଛି ଆଉ ମଦୁଆ ସର୍ବସ୍ୱାନ୍ତ I ଯୁବ ଗୋଷ୍ଠୀ ର ଯୁବକମାନେ ମଦ ପିଇବା ଆରମ୍ଭ କଲେଣି  I ଗାଁ ଗାଁ ରେ ମଦ ଅବାଧରେ ବିକ୍ରି I  ଏହାର ସମାଧାନ ଓ କିପରି ବନ୍ଦ ହେବ ତାହା ମାନବିକତା ଦୃଷ୍ଟି କୋଣରୁ ପୋଲିସ ଓ ଅବକାରୀ ଚିନ୍ତା କରିବା କଥା I ସମସ୍ତେ ଜାଣନ୍ତି ଅସଲ ରହସ୍ୟ କଣ I ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ପଟାଦାର ନିତନ୍ କୁମାର  ଜୟସ୍ଵାଲ  ପି ଏଲ୍ ଅଫ ସପରେ  ଲେଖି ଦେଇ ସେ ଆରାମରେ ବସ୍ତା ବସ୍ତା ଟଙ୍କା ନେଇ ମାଲେମାଲ I ଦେଖାଯାଉ କେବେ ଚୋରାଚାଲାଣ ବନ୍ଦ ହେବ I 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

   

Post a Comment

Previous Post Next Post
Header ADS