BREAKING
Loading...
:

ପ୍ରାପ୍ଯ ପ୍ରଦାନ ଦାବି ନେଇ ଖଣ୍ଡପଡ଼ା ବ୍ଲକ ପରିସରରେ ମିଶନ ଶକ୍ତି ମହିଳାଙ୍କ ହୋ ହାଲ୍ଲା

 ପ୍ରାପ୍ଯ ପ୍ରଦାନ ଦାବି ନେଇ 

ଖଣ୍ଡପଡ଼ା ବ୍ଲକ ପରିସରରେ  

ମିଶନ ଶକ୍ତି ମହିଳାଙ୍କ ହୋ ହାଲ୍ଲା



ଖଣ୍ଡପଡ଼ା ୮|୯ l୨୦୨୫:- ଗତ ୯ ମାସ ହେଲା ମିଶନ ଶକ୍ତିର ମହିଳା ମାନଙ୍କୁ ପ୍ରାପ୍ଯ ପ୍ରଦାନରେ ବ୍ଲକ ପ୍ରଶାସନର ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ମାନେ। ତେଣୁ ସମସ୍ତ ମିଶନ ଶକ୍ତି ସଦସ୍ୟାଙ୍କୁ ତୁରନ୍ତ ବକେୟା ପ୍ରାପ୍ଯ ପ୍ରଦାନ ଦାବି ନେଇ ଖଣ୍ଡପଡ଼ା ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରୁ ୩୦୦ ରୁ ଉର୍ଦ୍ଧ କାର୍ଯ୍ୟରତ ମିଶନ ଶକ୍ତିର ସଦସ୍ଯାମାନେ ବ୍ଲକ କାର୍ଯ୍ଯାଳୟ ପରିସରରେ ସୋମବାର ଉପସ୍ଥିତ ରହି ହୋ ହାଲ୍ଲା କରିଥିଲେ। ଏପରିକି ୫୦ ରୁ ଉର୍ଦ୍ଧ ମହିଳା ବ୍ଲକର ମୁଖ୍ଯ ଫାଟକକୁ ଅବରୋଧ କରି କିଛି ସମୟ ପାଇଁ ନାରାବାଜି କରିଥିବା ପରିଲକ୍ଷିତ ହୋଇଥିଲା।ମହିଳା ସଦସ୍ୟଙ୍କ ଏକ ପ୍ରତିନିଧିମଣ୍ଡଳୀ ଅଭିଯୋଗ ସଂର୍ପକରେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଅପରାହ୍ନରେ ସମସ୍ତ ମହିଳା ଘରକୁ ଫେରିଥିବା ଜଣାପଡିଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS