ହୃଦରୋଗ ଆକ୍ରାନ୍ତ ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ
ଖଣ୍ଡପଡ଼ା ୮/୯/୨୦୨୫: ଖଣ୍ଡପଡ଼ା ସହର ୬ ନଂ ୱାଡ଼ର୍ର ମହିଳା ଶାନ୍ତି ଲତା ସିଂହ(୬୫) ଦୀର୍ଘ ଦିନ ଧରି ହୃଦରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଚିକିତ୍ସା ରେ ଅର୍ଥ ବାଧକ ସାଜିଛି। ତାଙ୍କୁ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଅର୍ଥ ଅଭାବରୁ ତାଙ୍କ ପରିବାର ଦୁଃଖ ରେଭାଙ୍ଗି ପଡି ସହାୟତା ପାଇଁ ସରକାରଙ୍କ ନିକଟରେ ଜଣାଉଛନ୍ତି। ପରିବାରବର୍ଗ ତାଙ୍କୁ ଭୂବନେଶ୍ଵରସ୍ଥିତ ଏମସ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିବା ପରିବାର ସୂତ୍ରରୁ ଜଣାପଡିଛି ପ୍ରାଥମିକ ଅବସ୍ଥାରେ ସମସ୍ତ ଆନୁଷଙ୍ଗିକ ଚିକିତ୍ସା ସେବା ଆଗେଇ ପାରୁନଥିବାର ପରିବାର ବର୍ଗଙ୍କ ସୂତ୍ରରୁ ପ୍ରକାଶ। ଚିକିତ୍ସାଧିନ ମହିଳା ଙ୍କ ନିକଟରେ ଏକ ଆୟୁଷ୍ମାନ କାର୍ଡ ଥିଲେ ହେଁ ଅସ୍ତ୍ରୋପଚାର ସମୟରେ ହିଁ ଉକ୍ତ କାର୍ଡଟି
କାର୍ଯ୍ୟ ରେ ଆସିବ ବୋଲି ହସ୍ପିଟାଲ୍ କର୍ତ୍ତୁପକ୍ଷ କହିବା ପରେ ଏବେ ପରିବାର ବର୍ଗଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ତେବେ ମହିଳାଙ୍କ ଚିକିତ୍ସା ରେ ଅର୍ଥ ବାଧକ ସାଜିଥିବା ହୃଦରୋଗ ରେ ଆକ୍ରାନ୍ତ ମହିଳା ଙ୍କ ପ୍ରତି ପ୍ରଶାସନ ସଦୟ ହେବାକୁ ସାଧାରଣରେ ଦାବୀ ହେଉଛି । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ନତୁବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ମିଳି ପାରିଲେ ରେଗାକ୍ରାନ୍ତ ମହିଳାଙ୍କ ଚିକିତ୍ସା ସୁବିଧା ରେ ହୋଇ ପାରନ୍ତା ବୋଲି ପରିବାର ବର୍ଗଙ୍କ ସୁତ୍ରରୁ ଜଣାପଡିଛି। ନୟାଗଡ଼ ଜିଲ୍ଲା ପାଳ ଉକ୍ତ ମହିଳାଙ୍କ ପ୍ରତି ସଦୟ ହେବାକୁ ସାଧାରଣରେ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق