BREAKING
Loading...
:

ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ୱେ ସୁଧୁରୁନି ଖଣ୍ଡପଡ଼ା ସହରର ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା

 ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ୱେ ସୁଧୁରୁନି ଖଣ୍ଡପଡ଼ା ସହରର ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା



ଖଣ୍ଡପଡା ୮|୯l୨୦୨୫: ଖଣ୍ଡପଡା ସ‌ହରାଞ୍ଚଳର ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥାରେ ସୁଧାର ଆସୁନଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୧୩ଟି ୱାର୍ଡକୁ ନେଇ ଗଠିତ ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତାରେ ଯେଉଁଠି ଦେଖିବ ସେଇଠି ଛତୁ ଫୁଟିଲା ପରି ଏବେ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯାଇ ଏଲଇଡି ବଲବ ଲଗାଯାଉଛି।ମାତ୍ର ଅଧିକାଂଶ ବିଦ୍ୟୁତ ଖୁଣ୍ଟରେ ସଞ୍ଜ ନଇଁଲେ ଆଉ ବଲବ ଜଳୁନାହିଁ । ରାତି ସାରା ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତା ପୁରା ଅନ୍ଧାରରେ ରହୁଛି। ଖଣ୍ଡପଡା ଏନଏସି କର୍ତ୍ତୃପକ୍ଷ ଉପରୋକ୍ତ ସମସ୍ୟା ସମ୍ପର୍କରେ ଅବଗତ ଥିଲେ ହେଁ ନୀରବଦ୍ରଷ୍ଟା ସାଜିଥିବା ଜଣାଯାଇଛି। ସହରାଞ୍ଚଳର ଉଜ୍ଜ୍ଵଳ ଆଲୋକୀକରଣ ବ୍ୟବସ୍ଥା ଫେଲ ମାରିବା ପଛରେ କିଛି ଅସାଧୁ କର୍ମଚାରୀଙ୍କ ପ୍ରଛନ୍ନ ହାତ ରହିଥ‌ିବା ନେଇ ସହରରେ ଆଲୋଚନା ହେଉଛି।ଏଥିପ୍ରତି ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।ପ୍ରକାଶଥାଉକି ସହରାଞ୍ଚଳର ପାରିପାର୍ଶ୍ଵକ ଉନ୍ନତିକରଣ ନିମନ୍ତେ ରାଜ୍ଯ ସରକାର କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଖଣ୍ଡପଡା ଏନଏସି କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦେଉଥିଲେ ହେଁ ଅନୁଦାନ ଅର୍ଥ ଠିକଣା ବାଟରେ ବିନିଯୋଗ ନହୋଇ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ସେହିପରି ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା ଫେଲ ମାରିବା ପଛର କାରଣ ଜଳ ଜଳ ହୋଇ ଦିଶୁଛି। ବିଭିନ୍ନ ଅନାମଧେୟ କମ୍ପାନୀ ଠାରୁ ନିମ୍ନମାନର ବିଦ୍ୟୁତ ସାମଗ୍ରୀ, ଏଲଇଡି ବଲବ କ୍ରୟ କରାଯାଇ ବିଦ୍ଯୁତ ଖୁଣ୍ଟରେ ଲଗାଯାଉଥିବାରୁ କମ ଦିନରେ ଏଲଇଡି ବଲବ ଗୁଡିକ ଅକାମି ହୋଇପଡୁଥିବା ଜଣାପଡିଛି।ସହରର ଏକାଧିକ ବିଦ୍ୟୁତ ଖୁଣ୍ଟରେ ନାମକୁ ମାତ୍ର ଏଲଇଡି ଲାଇଟ ଗୁଡିକ ଲାଗିଛି। ମାତ୍ର ରାତିରେ ସେ ସବୁ ବଲବ ଗୁଡିକ ଜଳୁନାହିଁ।ଫଳରେ ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦି ରାସ୍ତା ପୁରା ଅନ୍ଧାରରେ ରହୁଛି। ସହରାଞ୍ଚଳର ଆଲୋକୀକରଣ ବ୍ୟବସ୍ଥା ନିମନ୍ତେ ଦୀର୍ଘ ୩୫ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଖଣ୍ଡପଡ଼ା ଏନଏସି  କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।ତେବେ ସହରାଞ୍ଚଳର ଆଲୋକୀକରଣ ଯୋଜନାରେ ହୋଇଥିବା ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ବିଭାଗୀୟ ଉଚ୍ଚ  କର୍ତ୍ତୃପକ୍ଷ,ନୟାଗଡ ଜିଲ୍ଲାପାଳ ଓ ରାଜ୍ଯ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ କର୍ତ୍ତୃପକ୍ଷ  ଏଥିପ୍ରତି ଦୃଷ୍ଟିଦେଇ ଅଭିଯୋଗର ତଦନ୍ତ କରିବାକୁ ଖଣ୍ଡପଡା ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS