BREAKING
Loading...
:

ଶୁଣିଲାନି ପ୍ରଶାସନ,ରାସ୍ତା ମରାମତି କଲେ ଅଞ୍ଚଳ ବାସୀ.

 ଶୁଣିଲାନି ପ୍ରଶାସନ,ରାସ୍ତା ମରାମତି କଲେ ଅଞ୍ଚଳ ବାସୀ.



ଲାଞ୍ଜିଗଡ଼-:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କୁମଖାଳ ଠାରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ରହିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା। ଉକ୍ତ ରାସ୍ତା କୁମଖାଳ ଛକ ଠାରୁ ସିନ୍ଧିବାହାଳୀକୁ ସଂଯୋଗ କରୁଥିବା ବେଲେ ଦୀର୍ଘ ଦିନ ହେଲା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। ରାସ୍ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛୋଟ ବଡ଼ ଖାଲ ଖମାରେ ପରିପୂର୍ଣ ହୋଇଥିବାବେଳେ ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ଉକ୍ତ ଖାଲ ଖମାରେ ପାଣି ଜମି ରହିଥାଏ ଯାହାଫଳରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଥାଏ।ଏଥିରେ ଅଞ୍ଚଳ ବାସୀଙ୍କ ଯାତାୟାତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ  ଅଞ୍ଚଳବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା।ପାଜିଖମନ ପୋଲ ଦୁଇ ପାର୍ଶ୍ୱ ରାସ୍ତ ଓ କୁମଖାଳ ଛକ ଆରମ୍ଭରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଥିବାବେଳେ ଅସରାଏ ବର୍ଷାରେ ବେହାଲ ହୋଇ ପଡ଼ୁଛି ତମାମ ରାସ୍ତା। ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଚାରିଚକିଆ ଜାନ ବା ଆମ୍ବୁଲାନ୍ସ ଯିବା ତ'ଦୂରର କଥା।ବାଇକ ଟିଏ ମଧ୍ୟ ଯିବା କଷ୍ଟକର ହୋଇପଡୁଛି। ଗୁରୁତର ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ଆମ୍ବୁଲାନ୍ସ କୁମଖାଳ ଛକ ପର୍ଯ୍ୟନ୍ତ ଆସୁଛି କିନ୍ତୁ ଆଗକୁ ଆଉ ଯାଇପାରୁନ'ଥିଲା ଆମ୍ବୁଲାନ୍ସ ଯାହାଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ପ୍ରଶାସନକୁ ବହୁବାର ଅଭିଯୋଗ କରିଥିବା ବେଳେ ଉକ୍ତ ସମସ୍ୟାକୁ ନେଇ ଅନେକ ଥର ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ଲାଖବାହାଲି ପଞ୍ଚାୟତ ଶୁକନାଭାଟା ଗାଁ ଲୋକେ ମଧ୍ୟ ରାସ୍ତା ଓ ପୋଲ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ' ନେବାରୁ ଗାଁ ଲୋକେ ଶ୍ରମ ଦାନକରି ରାସ୍ତା ଓ ପୋଲ ମରାମତି କରିଥିଲେ। ତେବେ ସରକାରଙ୍କ ଅନେକ ଯୋଜନା ସ୍ୱତେ ମଧ୍ୟ ଗାଁକୁ ପକା ରାସ୍ତା ଖଣ୍ଡେ ପହଞ୍ଚି ନ'ପରିବା ପରିତାପର ବିଷୟ ବୋଲି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ କୁମଖାଳ ଛକରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ଆମ୍ବୁଲାନ୍ସ  କିପରି ପହଞ୍ଚି ପାରିବ'ସେନେଇ ଅଞ୍ଚଳବାସୀ ଏକତ୍ରିତ ହୋଇ ନିଜସ୍ୱ ଖର୍ଚ୍ଚରେ ଶୋଚନୀୟ ହୋଇଥିବା ରାସ୍ତାକୁ ମୋରମ୍ ମାଟି ପକାଇ ମରାମତି କରିଥିବା ଜଣା ପଡ଼ିଛି।ଉକ୍ତ ରାସ୍ତା ମରାମତି କରିବାରେ ରାଜୀବ ଗାନ୍ଧୀ ସଙ୍ଘଠନର ଲାଞ୍ଜିଗଡ଼ ବ୍ଲକ ଆବାହକ ମୁଳୁ ମାଝୀ ନେତୃତ୍ୱ ନେଇଥିବାବେଳେ ସମାଜସେବୀ ବନବାସ ବାଗ, ଗଗନ ବିଭାର, କାଳିଆ ବିଭାର, ଧର୍ମୁ ବାଗ, ବାକୁ ମାଝୀ ସମେତ ଅଞ୍ଚଳ ବାସି ପ୍ରମୁଖ ସହଯୋଗ କରିଥିଲେ। ତେଵେ ଉକ୍ତରାସ୍ତା ପାଇଁ ଜିଲ୍ଲାପ୍ରଶାସ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS