ଜାଭିୟର୍ସ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ଙ୍କ ତରଫରୁ ବିଶ୍ଵ ଶାନ୍ତି ଦିବସ ପାଳନ,ବସ୍ତି ରେ ବଣ୍ଟନ କଲେ ବସ୍ତ୍ର ଓ ଶୁଖିଲା ଖାଦ୍ୟ
ବ୍ରହ୍ମପୁର -: ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରେମ୍ ନଗର୍ ବସ୍ତି ଅଞ୍ଚଳରେ ବିଶ୍ଵ ଶାନ୍ତି ଦିବସ ପାଳନ କରାଯାଇଥିଲା । ଏଠାରେ ଛାତ୍ରଛାତ୍ରୀ ବସ୍ତି ବାସିନ୍ଦାଙ୍କୁ ଶାନ୍ତି ଦିବସ ସମ୍ପର୍କ ରେ ସଭିଙ୍କୁ ସଚେତନ କରିଥିଲେ । ସେହି ପରୀ ବସ୍ତି ଅଂଚଳର ପ୍ରାୟ ୫୦ଟି ପରିବାରଙ୍କୁ ବସ୍ତ୍ର ସହ ବିସ୍କୁଟ, କେକ,ଫଳ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା ଙ୍କ ପରାମର୍ଶ କ୍ରମେ ଏପରି ବିଶ୍ଵ ଶାନ୍ତି ଦିବସରେ ଶାନ୍ତି ର ବାର୍ତ୍ତା ପ୍ରଦାନ କରାଯାଇଥିଲା । ପିଲାମାନଙ୍କୁ କିଛି ଛାତ୍ର ଛାତ୍ରୀ ଏଠାରେ ଶିକ୍ଷା ଦାନ କରି ଥିଲେ। ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଏପରି ମହତ୍ କାର୍ଯ୍ୟ ଲାଗି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment