BREAKING
Loading...
:

ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଯ୍ୟାତନା ଭୟରେ ଶିକ୍ଷୟିତ୍ରୀ ଅନ୍ତର୍ଦ୍ଧାନ ବିନା ଦରଖାସ୍ତରେ ମାସେ କାଳ ସ୍କୁଲ୍ ଆସୁନାହାନ୍ତି ସହକାରୀ ଶିକ୍ଷୟିତ୍ରୀ

 ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଯ୍ୟାତନା ଭୟରେ ଶିକ୍ଷୟିତ୍ରୀ ଅନ୍ତର୍ଦ୍ଧାନ 

ବିନା ଦରଖାସ୍ତରେ ମାସେ କାଳ ସ୍କୁଲ୍ ଆସୁନାହାନ୍ତି ସହକାରୀ ଶିକ୍ଷୟିତ୍ରୀ



କେନ୍ଦ୍ରାପଡ଼ା, - : 

କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଶ୍ୟାମସୁ୍ନ୍ଦରପୁର ନୋଡାଲ ହାଇସ୍କୁଲରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇପ୍ସିତା ମହାନ୍ତି ହରଡ଼ଘଣାରେ ପଡିଛନ୍ତି । ମହାନ୍ତି ଦିଦିଙ୍କ ଅକଥନୀୟ ଜୁଲମ ଆଉ ମାନସିକ ନିର୍ଯ୍ୟାତନା ସହିନପାରି ଆତ୍ମଗୋପନ କରିଛନ୍ତି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ । ମାସେ କାଳ ହେଲା ସ୍କୁଲକୁ ନଆସି କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ଶିକ୍ଷୟିତ୍ରୀ ମମତା ସାହୁ । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ଟିଚର୍ ମମତା ସାହୁ ପ୍ରଧାନ ଶିକ୍ଷୟିତ୍ରୀ ମହାନ୍ତି ଦିଦିଙ୍କ ମାନସିକ ନିର୍ଯ୍ୟାତନା ସହିନପାରି ଭୟରେ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି । ମାତ୍ର ଦୁଇଦିନ ପାଇଁ ଅର୍ଥାତ୍ ଅଗଷ୍ଟ ମାସ ୧୩ ଓ ୧୪ ତାରିଖ ପାଇଁ ଛୁଟି ଦରଖାସ୍ତ ଦେଇ ଅଦ୍ୟାବଧି ସ୍କୁଲରେ ଅନୁପସ୍ଥିତ ଅଛନ୍ତି । ଏଭଳି ବେନିୟମ କାର୍ଯ୍ୟକୁ ଘଣ୍ଟ ଘୋଡାଉଛନ୍ତି ଖୋଦ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ଘଟଣାଟି ବାହାରକୁ ଜଣାପଡ଼ିଲା ପରେ ମହାନ୍ତି ଦିଦି କହୁଛନ୍ତି ମୁଁ ଶିକ୍ଷୟିତ୍ରୀ ଜଣକୁ ଫୋନ୍ କଲେ ତାଙ୍କ ନମ୍ବରଟି ନେଟୱାର୍କ୍ ବାହାରେ ଅଛି ବୋଲି କହୁଛି । ସେ କେଉଁଠି ଅଛନ୍ତି ମୋତେ ଜଣା ନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଜିଲ୍ଲା ଶିକ୍ଷାଧିକାରୀ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ସଭିଙ୍କର ଅପେକ୍ଷା ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS