ସ୍ତ୍ରୀ ର ଦଶାହ ନ ସରୁଣୁ ସ୍ୱାମୀର ମୃତ୍ୟୁ
ବାପା ମାଙ୍କୁ ହରାଇଥିବା ଚାରି ଭାଇ ଭଉଣୀଙ୍କୁ ଆର୍ଥୀକ ସାହାଯ୍ୟ କଲେ ସମାଜ ସେବି ରୁକଚନ ମାଝୀ |
ଜୁନାଗଡ଼, -: ଚାରି ଭାଇ ଭଉଣୀଙ୍କ ଆଖିରୁ ଲୁହ ଶୁଖୁନି।ଅସରନ୍ତି ଦୁଃଖ । ଦୁନିଆ ଚିହ୍ନିବା ଆଗରୁ ବାପା ମାଆ ଛେଉଣ୍ଡ। ଦିନ ଥିଲା ହସଖୁସି ସଂସାର ଭିତରେ ବାପା ମାଆ ଙ୍କ ଗହଣରେ ରହି ପରମ ଆନନ୍ଦ ଅନୁଭବ କରୁଥିଲେ।ହେଲେ ସେହି ଖୁସି କୁ ଦଇବ ସହିପାରିଲାନି।ଗତ ସେପ୍ଟେମ୍ବର ୧ ତାରିଖ ରେ ମାଆ ମଝୁରି ମାଝୀ କୁ ହରାଇଲେ। ସ୍ତ୍ରୀ ର ମୃତ୍ୟୁ ପରେ ସ୍ବାମୀ ମଙ୍ଗନିଆ ମାଝୀ ଭାଙ୍ଗି ପଡ଼ିଥିଲେ ।ହେଲେ ସବୁ ଦୁଃଖ କୁ ଛାତି ରେ ଚାପି ଚାରି ଭାଇ ଭଉଣୀ ଙ୍କ ମୁହଁରେ ହସ ଦେଖିବାକୁ ଖୁସିର ଅଭିନୟ କରୁଥିଲେ।ହେଲେ ସ୍ତ୍ରୀ ର ଦଶାହ କାର୍ଯ୍ୟ ସାରିବା ପୂର୍ବରୁ ସ୍ୱାମୀ ର ମୃତ୍ୟୁ ହୋଇଥିଲା। ଦୁଃଖ ଉପରେ ଦୁଃଖ -ଏଭଳି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସୀଗାଁ ରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଅସହାୟ ତୁଳସୀ ମାଝୀ (୧୭) ରଞ୍ଜନ ମାଝୀ (୧୩), ସଭ୍ୟା ମାଝୀ (୯) ଏବଂ ସତ୍ୟବାନ ମାଝୀ (୭) ବାପା ମା ଙ୍କ ଦେହାନ୍ତ ପରେ ଚାରି ଭାଇ ଭଉଣୀ ଏକଦମ ଅନାଥ ଅସହାୟ ହୋଇ ରହିଯାଇଛନ୍ତି । ଦୁର୍ଦ୍ଧିନ ଭିତରେ ଏବେ ଚାରି ଭାଇ ଭଉଣୀ ଜୀବନ କାଟୁଥିବା ବେଳେ । ଖବର ପାଇ ବୋକ୍ରାସିଲର ରୁକଚନ ମାଝୀ ଚାରି ଅନାଥ ଭାଇ ଭଉଣୀଙ୍କୁ କିଛି ଆର୍ଥିକ ସହଯୋଗ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق