BREAKING
Loading...
:

ପରିବେଶ ସୁରକ୍ଷାରେ ମହିଳାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ।

 ପରିବେଶ ସୁରକ୍ଷାରେ ମହିଳାଙ୍କ ଭୂମିକା  ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ।



 ଦଶପଲ୍ଲା : - ( ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତର ଗୁଣ୍ଠାପାଜୁ ଗ୍ରାମରେ ଆଶା କର୍ମୀ ଶ୍ରୀମତୀ ସରସ୍ଵତୀ ସାହୁ ଏବଂ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଟିକିନା ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମ୍ୟ ମହିଳା ମାନଙ୍କୁ ନେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା,ମହିଳା ଅଧିକାର, ବାଲ୍ୟ ଵିଵାହ ଉଚ୍ଛେଦ ଇତ୍ୟାଦି ବିଷୟରେ ଜନ ସଚେତନତା ସଭା ଅଧିକାର ମିତ୍ର ଶ୍ରୀମତୀ ଉର୍ମିଳା ଜାନୀଙ୍କ ଅୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି।

ସୂଚନା ଯୋଗ୍ୟ ଯେ,ସେପ୍ଟେମ୍ୱର ପାଞ୍ଚ ରୁ ଅକ୍ଟୋବର ସାତ ତାରିଖ ପର୍ଯ୍ୟନ୍ତ ଟାଟା ସ୍ଵେଚ୍ଛାସେବୀ ସପ୍ତାହ ପାଳନ ଅବସରରେ TPCODL ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରକଳ୍ପ ଅଧିକାର ଦ୍ଵାରା ଗ୍ରାମୀଣ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି। ଗ୍ରାମାଞ୍ଚଳ ଓ ଆଦିମ ଜନଜାତିଙ୍କ ଜୀବନ ଓ ଜୀବିକାର ମୂଳ ଉତ୍ସ ଗ୍ରାମ୍ୟ ଜଙ୍ଗଲ। ତେଣୁ ଏହାର ସୁରକ୍ଷା କରିବା, ବୃକ୍ଷ ରୋପଣ କରିବା ଇତ୍ୟାଦି ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏ ସଭାର ମୂଳ ଲକ୍ଷ୍ୟ। ଏ ପ୍ରକାର ସାମାଜିକ ଉନ୍ନତି ମୂଳକ କାର୍ଯ୍ୟ ଓ ଉଦ୍ୟମକୁ ସଂପୃକ୍ତ ଗ୍ରାମବାସୀ ସ୍ୱାଗତ କରିବା ସହିତ ଗ୍ରାମ ଗୋଷ୍ଠୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ଵ ପୁର୍ଣ୍ଣ ବୋଲି ଉପସ୍ଥିତ ମହିଳା ଓ ଗ୍ରାମବାସୀ ବୃନ୍ଦ ମତାମତ ଦେଇଥିଲେ। ପ୍ରତି ଗ୍ରାମରେ ଏଭଳି ଜନ ସଚେତନତା କରିବା ଅତ୍ୟନ୍ତ ଜରୁରୀ ବୋଲି ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ ନିଜ ନିଜ ବକ୍ତବ୍ୟରେ କହିଛନ୍ତି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS