ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ
ଖଣ୍ଡପଡ଼ା ୧୫|୯l୨୦୨୫:- (ମଣିଭଦ୍ରା ଖବର) ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଖଣ୍ଡପଡ଼ା ବ୍ଳକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଉପ ଜିଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ,ଖଣ୍ଡପଡ଼ା ବ୍ଳକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ ଏସଡିପିଓ ମଦନ ମୋହନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।ଶିବିରରେ ସର୍ବମୋଟ ୧୧୨ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୪ଟି ବ୍ୟକ୍ତିଗତ, ୪ ଟି ଗ୍ରାମ୍ୟ ସମସ୍ୟା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୪ ଟି ଆବେଦନପତ୍ର ଗ୍ରହଣ କରାଯାଇଥିବା ବ୍ଲକ ପ୍ରଶାସନ ସୁତ୍ରରୁ ଜଣାପଡିଛି।ତନ୍ମଧ୍ୟରୁ
୨୮ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ ନିମନ୍ତେ ବ୍ଳକ ଉନ୍ନୟନ ଅଧିକାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଖଣ୍ଡପଡ଼ା ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଖବର।


Post a Comment