*ପିପୁଲ୍ସ ହୋପ ଫାଉଣ୍ଡେସନ କୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କଲେ ରୁକଚନ୍ ମାଝୀ**
,କଳାହାଣ୍ଡି,-:
ନୂଆପଡ଼ା ଜିଲ୍ଲା ରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ପିପୁଲ୍ସ ହୋପ ଫାଉଣ୍ଡେସନ କୁ ସମାଜସେବୀ ରୁକଚନ୍ ମାଝୀ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ରୁକଚନ୍ ମାଝୀ ଙ୍କ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଟିପିଗୁଡ଼ା ପଂଚାୟତ ବୋକ୍ରାସିଲ୍ ଗ୍ରାମରେ । ରୁକଚନ୍ ଜଣେ ଜଣାଶୁଣା ଯୁବ କବି ଏବଂ ସାମାଜିକ କର୍ମୀ ଭାବେ ବେଶ ପରିଚିତ। ସେ ମଧ୍ଯ ଜଣେ ନିର୍ଭୀକ ସାମ୍ୱାଦିକ ଭାବେ କଳାହାଣ୍ଡି ଜିଲ୍ଲାରେ ପରିଚିତ। ସେ ତାଙ୍କ ଜୀବନରେ ନିଜ କଥା ଭୁଲି ସବୁ ବେଳେ ଅନ୍ୟର ଖୁସିରେ ଖୁସି ବୋଲି କହି ଆସୁଛନ୍ତି। ତାଙ୍କର ଏହି ନିଃସ୍ଵାର୍ଥପର ସମାଜସେବା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ ରୁକଚନ୍ ପିପୁଲ୍ସ ହୋପ ଫାଉଣ୍ଡେସନ ର କର୍ମକର୍ତା ଙ୍କ ଦ୍ଵାରା କିଛି ସାମାଜିକ ମାଙ୍ଗଳିକ କାର୍ଯ୍ୟ କରିବାକୁ ଲକ୍ଷ ରଖିଥିଲେ। ପିପୁଲ୍ସ ହୋପ ଫାଉଣ୍ଡେସନ କୁ ସେବା କାର୍ଯ୍ୟ ଜାରି ରଖିବା ପାଇଁ ସ୍ଵେଚ୍ଛାକୃତ ଭାବେ ୫୦୦୦(ପାଞ୍ଚ ହଜାର) ଟଙ୍କା ଅନଲାଇନ୍ ମାଧ୍ୟମରେ ଫାଉଣ୍ଡେସନର ପ୍ରତିଷ୍ଠାତା ଶୁଭମ୍ ତାଣ୍ଡି ଙ୍କୁ ପ୍ରଦାନ କରିଛନ୍ତି। ତାଙ୍କର ଏହି ଚିନ୍ତାଧାରା ଏବଂ ସହାୟତା ପାଇଁ ସଙ୍ଗଠନ ପକ୍ଷରୁ ସାଧୁବାଦ୍ ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି। ଏହି ଅର୍ଥରାଶି କୁ ଖୁବ୍ ଶୀଘ୍ର ମାଙ୍ଗଳିକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଶୁଭମ୍ ତାଣ୍ଡି ପ୍ରକାଶ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment