BREAKING
Loading...
:

ଗଣିଆ ବ୍ଳକ ସଭା ଗୃହରେ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର

 ଗଣିଆ ବ୍ଳକ ସଭା ଗୃହରେ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର 


ଗଣିଆ ୨୨/୦୯(ମଣିଭଦ୍ରା ଖବର) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗଣିଆ ବ୍ଳକ ସଭା ଗୃହରେ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣା, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 


ସରକାରଙ୍କର ଏହି ଜନହିତକର ଯୋଜନା ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ୨୬ ଜଣ ଶ୍ରବଣ ବାଧିତ ରୋଗୀ ଆସିଥିବା ବେଳେ ୨୦ ଜଣଙ୍କୁ ୩୭ଟି ବିଭିନ୍ନ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS