BREAKING
Loading...
:

୩୩ କେଭି ବିଦ୍ୟୁତ ତାର ଚୋର ଗିରଫ

 ୩୩ କେଭି ବିଦ୍ୟୁତ ତାର ଚୋର ଗିରଫ

  


 ସରକାର ଜନ ସାଧାରଙ୍କ ମୌଳିକ ସୁବିଧା ପାଇଁ ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ଘରକୁ ଘର ପାନୀୟଜଳ ପହଞଇବା ବ୍ୟବସ୍ଥା କରୁଥିବା ବେଳେ 15କିମି ଦୂର ଫତେଗଡ଼ ଥାନା ଅଞ୍ଚଳ କଇଁଥ ପୋଖରୀ ଗ୍ରାମର କିଛି ଚୋର ଆସି ବାଙ୍କୀ ବୈଦ୍ୟେଶ୍ୱର ଓ 5ପଂଚାୟତ କୁ ପାନୀୟଜଳ ଯୋଗାଣ ପାଇଁ ଉଚ୍ଚ କ୍ଷମତା ସମ୍ପୂର୍ଣ ବିଦ୍ୟୁତ ଖୁଣ୍ଟରୁ ତାର ଚୋରୀ କରି ଧରାପଡ଼ି ଜେଲ ଯାଉଛନ୍ତି. ସୂଚନା ଯୋଗ୍ୟ:- କଟକ ଜିଲ୍ଲା ବାଙ୍କୀ ବୈଦ୍ୟେଶ୍ୱର ଥାନା ଟିସେତୁ ନିକଟ ଜଳ ଯୋଗାଣ ପ୍ରକଳ୍ପ କୁ ସଂଯୋଗ ବିଦ୍ୟୁତ ଖୁଣ୍ଟରୁ 5ଜଣ ଦୃବୁତ୍ତ ତାର କାଟି ଗିରଫ ହୋଇଛନ୍ତି. ବୈଦ୍ୟେଶ୍ୱର ମହାନଦୀ କୂଳରେ ନିର୍ମାଣ ଚାଲିଥିବା ଜଳ ଯୋଗାଣ ପ୍ରକଳ୍ପ କୁ ସଂଯୋଗ କରୁଥିବା ଉଚ୍ଚ ତାପ ବିଦ୍ୟୁତ ତାର ବାରମ୍ବାର ଚୋରୀ ହେଉଥିବା ନେଇ ବୈଦ୍ୟେଶ୍ୱର ଥାନାରେ 5-7ଥର ଲିଖିତ ଅଭିଯୋଗ କରିଥିଲେ ଠିକା କମ୍ପାନୀର ସୁପ୍ରିଭାଇଜର. ବାରମ୍ବାର ବିଦ୍ୟୁତ ତାର ନେଇ କମ୍ପାନୀ ତରଫରୁ ରାତ୍ରି ଜଗୁଆଳି ନିଯୁକ୍ତି ପାଇଛନ୍ତି.ଗତ ରାତ୍ରିରେ 2ଟି ବାଇକରେ 5କଣ ଦୃବୁତ୍ତ ମିଶି ଉଚ୍ଚ କ୍ଷମତା ତାର ଖୁଣ୍ଟରୁ ବିଦ୍ୟୁତ ତାର ଚୋରୀ ହେଉଥିବା ଗ୍ରାମବାସୀସୂଚନା ପାଇ ପୁଲିସହ୍ନକୁ ଖବର ଦେଇଥିଲେ. ବୈଦ୍ୟେଶ୍ୱର ରେ ନୂତନ ଭାବେ ଯୋଗଦେଇଥିବା ସେକେଣ୍ଡ ଅଫିସର ବିଶ୍ଵନାଥ ଜେନା ଙ୍କ ସମେତ କର୍ମଚାରୀ ସମ୍ପୃକ୍ତ ଯୁବକକୁ ଗିରଫ କରିଛି. 5ଜଣ କୁଖ୍ୟାତ ବିଦ୍ୟୁତ ତାର ଚୋର ଗ୍ୟାଙ୍ଗ ଚକମା ଦେଇ 4ଜଣ ଖସି ପଳାଇଥିଲା ବେଳେ ଜଣକୁ ଗିରଫ କରି ବାଙ୍କୀ କୋର୍ଟ ଚାଲାଣ କରିଛି. ଫିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା କଇଁଥପୋଖରି ଗ୍ରାମର ଗଙ୍ଗାଧର ସାହୁ. ଅଭିଯୁକ୍ତ ଗଙ୍ଗାଧର ସାହୁ ନିକଟରୁ  ବିଦ୍ୟୁତ ତାର ଓ କାଟିବାଯନ୍ତ୍ର ସହ ଏକ ଆପାଚି କଳା ରଙ୍ଗର ମୋଟର ସାଇକେଲକୁ ପୁଲିଜ ଜବତ କରି.. ମାମଲା ରୁଜୁ କରିଛି. ଏ ନେଇ କମ୍ପାନୀ ସୁପ୍ରଭାଇଜର ଏତଲା କୁ ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି. ତେବେ ଏହି ଗ୍ୟାଙ୍ଗ ରେ ଫେରାର ହୋଇଥିବା ଦୃବୁତ ଙ୍କ ସହ ନାଟେରୀ, ଅଳସୁଆ, ବୈଦ୍ୟେଶ୍ୱର ଗ୍ରାମରୁ ବିଭିନ୍ନ ଘରୁ ଚୋରୀ ହୋଇଥିବା ସମ୍ପୃକ୍ତି ରହିଛି ବୋଲି ଆଞ୍ଚଳବାସୀ ଦାବୀ କରିଛନ୍ତି. ବାରମ୍ବାର 33କେଭି ବିଦ୍ୟୁତ ତାର ଚୋରୀ ରାକେଟକୁ ଧରିଲେ ସବୁ ଚୋରୀର ରହସ୍ୟ ଖୋଲିବ ବୋଲି ଦାବୀ ହେଉଛି ।         

  ବାଙ୍କୀ ରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ

Post a Comment

Previous Post Next Post
Header ADS