ଆମ ଆଦମୀ ପକ୍ଷରୁ ନୂତନ କର୍ମକର୍ତା ଘୋଷଣା ।
ଗୋପ :- ଓଡିଶା ରାଜ୍ୟ ଆମ ଆଦମୀ ପାର୍ଟି ର ରାଜ୍ୟ ସଂଗଠକର ସମ୍ପାଦକ ଶ୍ରୀକାନ୍ତ ପାଣି ନେତୃତ୍ୱରେ ପୁରୀ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଙ୍କ ନେତୃତ୍ୱରେ କାକଟପୁର ନିର୍ବାଚନ ମଣ୍ଡଳୀ ର ନୂତନ ନବନିର୍ବାଚିତ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।ଆମ ଆଦମୀ ପାର୍ଟି ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶାସନ ରେ ଅନୁପ୍ରାଣୀତ ହୋଇ ଶତାଧିକ ଯୁବକ ଯୁବତୀ ଅଞ୍ଚଳ ଥିବା ନିରୀହ ଗରିବ ସାଧାରଣ ଲୋକ ମାନଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି । ସେଥିମଧ୍ୟରୁ କେତେକ ଯୁବକ ଯୁବତୀ ମାନଙ୍କ ନାମ ଘୋଷଣା କରାଯାଇଛି । ବିଜେପିର ସ୍ବେଚ୍ଛାଚାରି ମନମୁଖୀ ଶାସନ କୁ ସାମ୍ନା କରି ରୋକିବା ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ କାକଟପୁର ନିର୍ବାଚନ ମଣ୍ଡଳୀ ରେ ନୂତନ କର୍ମକର୍ତା ଘୋଷଣା କରିଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀରେ ନୂତନ ସଭାପତି ଭାବେ ଭାଗବତ ବେହେରା , ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ,ସମ୍ପାଦକ ଶିବପ୍ରକାଶ ମହାନ୍ତି , ସହ ସମ୍ପାଦକ ମଳୟ ରଞ୍ଜନ ମହାରଣା , ସୋସିୟାଲ ମିଡିଆ ଇନଚାର୍ଚ୍ଚ ବିଶ୍ଵଜିତ ପରିଡା ,କାକଟପୁର ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ରମାକାନ୍ତ ସ୍ଵାଇଁ ,ସେହିଭଳି ମହିଳା ସୋସିୟାଲ ମିଡିଆ ଇନଚାର୍ଚ୍ଚ ସ୍ୱାତି ସାଗରିକା ପୋଟେଇ ,ମହିଳା ସଭାନେତ୍ରୀ ସୋନାଲି ରାଉତ , ମହିଳା ସହ ସଭାନେତ୍ରୀ ଲଷ୍ମୀପ୍ରିୟା ପୋଟେଇ ଘୋଷଣା ହୋଇଥିବା ବେଳେ ସେହିଭଳି ଉକ୍ତ ପାର୍ଟି ର ଛାତ୍ର ସଭାପତି ପୁରୀର ବିସ୍ମୟ ରଞ୍ଜନ ପାଳ ସଂଖ୍ୟାଲଘୁ ସଭାପତି ଏସ କେ ମୁମତାଜ ,ଅସ୍ତରଙ୍ଗ ବ୍ଲକ ସଭାପତି ଦିଲିପ ବେହେରା , ଗୋପ ବ୍ଲକର ୧୪ ଟି ପଞ୍ଚାୟତର ସଭାପତି ଦୁଷ୍ମନ୍ତ ଦଳାଇ , ଗୋପ ବ୍ଲକ ୧୪ ନଂ ଯୋନ ସଭାପତି ପୁରୁଷୋତ୍ତମ ସ୍ଵାଇଁ ,୧୨ ନଂ ଯୋନ ସଭାପତି ଲିଙ୍ଗରାଜ ପାତ୍ର ,ଗୋପ ବ୍ଲକ ଜଂଗଲବରୀ ପଞ୍ଚାୟତ ସଭାପତି ବାପିନ ମଳିକ , ବଉଳଙ୍ଗ ପଞ୍ଚାୟତ ସଭାପତି ପ୍ରକାଶ ମଳିକ , ଶିମିଳି ପଞ୍ଚାୟତ ସଭାପତି ପ୍ରତାପ ନାୟକ ,ଶିମିଳି ପଞ୍ଚାୟତ ଉପସଭାପତି ସଦାଶିଵ ସେଠୀ ,କୁରୁଜଙ୍ଗ ପଞ୍ଚାୟତ ସଭାପତି ପ୍ରଶାନ୍ତ କୁମାର ଭୂୟାଁ ମାନଙ୍କୁ ଘୋଷଣା କରାଯାଇଛି ।ଆଗାମୀ ଦିନରେ କାକଟପୁର ନିର୍ବାଚନ ମଣ୍ଡଳୀ ରେ ଗୋପ ବ୍ଲକରେ ଆମ ଆଦମୀ ପାର୍ଟି ପାଇଁ କାର୍ୟ୍ଯ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।ଏହି ଘୋଷଣା ସମୟରେ ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ ସହିତ ସମସ୍ତ କର୍ମୀ ମାନେ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment