କଣ୍ଟିଲୋ (ମଣିଭଦ୍ରା ଖବର) କଣ୍ଟିଲୋ ପୁଲିସ ୨ ଜଣଙ୍କୁ ବ୍ୟାଟେରୀ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମ ଅଭିମନ୍ୟୁ ପୃଷ୍ଟି ଓ ଆଦିତ୍ୟ ଗଣ୍ଠିଆ ବୋଲି ସୂଚନା ମିଳିଛି। ଖଣ୍ଡପଡା ବ୍ଲକ ବଡ଼ବାଣପୁର ଗ୍ରାମ ରାମଚଣ୍ଡୀ ସାହି ସୁର ଦାସଙ୍କ ୨ଟି ଟ୍ରାକ୍ଟରରୁ ଗତ ବୁଧବାର ରାତ୍ରିରେ ବ୍ୟାଟେରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରତିଦିନ ଭଳି ଜେସିବି ଓ ଟ୍ରାକ୍ଟରକୁ ନିଜ ଘର ସମ୍ମୁଖରେ ରଖିଥାନ୍ତି। ଗୁରୁବାର ସକାଳ ସମୟରେ ଟ୍ରାକ୍ଟର ଦୁଇଟିରୁ ବ୍ୟାଟେରୀ ଗୁଡିକ ଚୋରି ହୋଇଥିବା ଜାଣିବା ପରେ ଏନେଇ କଣ୍ଟିଲୋ ଫାଣ୍ଡିରେ ଅଭିଯୋଗ କରିଥିଲେ। ଗତକାଲି ଫାଣ୍ଡି ଅଧିକାରୀ ସ୍ୱାଗତ ଦାସଙ୍କ ନେତୃତ୍ୱ ରେ ପେଟ୍ରୋଲିଂ ବେଳେ ନିକଟସ୍ଥ ଗ୍ରାମ ବଳରାମ ପ୍ରସାଦ ଖେଳ ପଡ଼ିଆ ନିକଟରେ ପୁଲିସ ଭ୍ୟାନ ଦେଖି ଦୌଡିବାରୁ ଉଭୟ ଚୋରଙ୍କୁ ପୁଲିସ ଗୋଡ଼ାଇ ଧରିଥିଲା। ପଚରା ଉଚରା ସମୟରେ ବ୍ୟାଟେରୀ ଗୁଡିକ ଚୋରି କରିଥିବା ସ୍ୱୀକାର କରିଥିଲେ। ଚୋରି ହୋଇଥିବା ୨ଟି ଟ୍ରାକ୍ଟର ବ୍ୟାଟେରୀକୁ ପୁଲିସ ଜବତ କରିବା ସହିତ କରି ଉଭୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମଣିଭଦ୍ରା ଖବର, କଣ୍ଟିଲୋ
Post a Comment