ତାମିଲ ହିରୋ ବିଜୟଙ୍କ ଶୋଭାଯାତ୍ରାରେ ଅଘଟଣ
ୟେ ମହାଶୟ ତାମିଲ ସିନେମାର ଲୋକପ୍ରିୟ କଳାକାର ଜୋସେଫ୍ ବିଜୟ । ପ୍ରାୟ ସମସ୍ତେ ଚିହ୍ନିଥିବେ । ୟାକୁ ରାତାରାତି ତାମିଲନାଡୁର କେଜରୀୱ୍ବାଲ ହେବାର ଏମିତି ନିଶା ଚଢ଼ିଲା ଯେ ଅଚାନକ TVK ନାମରେ ଗୋଟେ ରାଜନୈତିକ ଦଳ ଗଠନ କରିଦେଲା । ଉଦ୍ଦେଶ୍ୟ ସେଇ ଗୋଟାଏ... ତାମିଲନାଡୁକୁ ଲୁଟ୍ କରିବା, ରାଜ୍ୟ ଓ ଦେଶରେ ଅରାଜକତା ସୃଷ୍ଟି କରିବା, ବିଦେଶୀ ଅର୍ଥରେ ଦେଶ ବିରୋଧରେ ଷଡଯନ୍ତ୍ର କରିବା, ହିନ୍ଦୁ ବିରୋଧ, ଇତ୍ୟାଦି ଇତ୍ୟାଦି; (ଯେମିତି I.N.D.I. ର ଅନ୍ୟ ଦଳମାନେ କରୁଛନ୍ତି)।
ଗତକାଲି, ୟେ ମହାଶୟ Karur ରେ ୧୦,୦୦୦ ଲୋକଙ୍କୁ ନେଇ ଏକ ରାଜନୈତିକ ରାଲି କରିବା ପାଇଁ ପ୍ରଶାସନ ପାଖରୁ ପରିମିଶନ ନେଇଥିଲା । କିନ୍ତୁ ପରିମିଶନ ଅନୁଯାୟୀ ରାଲି କୈାଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନକରି ଏକ ଚଳନ୍ତି ବସ୍ ଉପରେ ଚଢ଼ି ଲୋକଙ୍କୁ ସମ୍ବୋଧନ କରିଥିଲା। ୧୦,୦୦୦ ବଦଳରେ ୩୦,୦୦୦ ରୁ ଉର୍ଦ୍ଧ୍ବ ଲୋକେ ସେଠାରେ ଉପସ୍ଥିତ ହେବାପରେ ସେ ରାଲି ଆରମ୍ଭ କରିଥିଲା । ତା'ର ବସ୍ ମଝିରେ ମଝିରେ, ଧିରେ ଧିରେ ଆଗକୁ ଗଡୁଥିଲା, ଯାହାଫଳରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟରେ ଭାଗଦୌଡ଼ ଓ ଦଳାଚକଟା ଆରମ୍ଭ ହୋଇଯାଇଥିଲା।
ଦଳାଚକଟା ଯୋଗୁଁ ଅନେକ ଲୋକେ ଅଣନିଃଶ୍ବାସୀ ହୋଇ ତଳେ ପଡ଼ି ଯାଇଥିଲେ, ଚାପିହୋଇ ଚିତ୍କାର କରୁଥିଲେ... ପଛରେ ଥିବା ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ, ଅନେକ ଆମ୍ବୁଲାନ୍ସ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା କିନ୍ତୁ ୟେ ଭଣ୍ଡ କୁ ନେତା ହେବାର ଏମିତି ନିଶା ଚଢ଼ିଥିଲା କି ଏତେସବୁ ଘଟଣା ସାମ୍ନାରେ ଘଟୁଥିବା ସତ୍ୱେ ମଧ୍ୟ ଭାଷଣ ବନ୍ଦ କରି ନଥିଲା। ଲୋକେ ମରୁଥିଲେ କିନ୍ତୁ ଭାଷଣ ଚାଲୁ ରହିଲା... ଜୋସେଫ୍ ର ଗାଡ଼ି ସାମ୍ନାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ମଧ୍ୟ ନା ଆମ୍ବୁଲାନ୍ସକୁ ସାଇଟ୍ ଦିଆଯାଇଥିଲା ନା ଲୋକଙ୍କୁ ବୁଝାସୁଝା କରାଯାଇଥିଲା । କେବଳ ଭାଷଣ, ଆଉ ଭାଷଣ...
ସେଟିଂ ହୋଇଥିବା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଜୋସେଫ୍ କୁ ତୁରନ୍ତ ସେଠାରୁ ପଳେଇ ଯିବାକୁ କହିବା ପରେ ଜୋସେଫ୍ ଭାଷଣ ବନ୍ଦ କରି ଭାଗିସ୍... ନା ମୃତ ବ୍ୟକ୍ତିଙ୍କୁ ଦେଖିଲା, ନା ଆହତ ବ୍ୟକ୍ତିଙ୍କୁ ଭେଟିଲା ନା ସେମାନଙ୍କ ପରିବାର ପରିଜନଙ୍କୁ କିଛି ସାନ୍ତ୍ୱନା ଦେଲା... ମାତ୍ର ଅଳ୍ପ ସମୟ ମଧ୍ୟରେ ଜୋସେଫ ରାଲି ସ୍ଥଳରୁ ନିଜ କାର୍ ଯୋଗେ ତିର୍ଚ୍ଚୀ ଏୟାରପୋର୍ଟ ପହଞ୍ଚି ସେଠାରୁ ଗୋଟେ ଚାର୍ଟର୍ଡ ପ୍ଲେନ ବୁକ୍ କରି ଚେନ୍ନାଇ ପହଞ୍ଚିଗଲା ।
ତାଜା ରିପୋର୍ଟ ଅନୁଯାୟୀ ଗତକାଲିର ଦଳାଚକଟାରେ ଏପର୍ଯ୍ୟନ୍ତ ୪୨ ଜଣ ନିରୀହ ଲୋକଙ୍କ ଅକାଳ_ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି।


Post a Comment