BREAKING
Loading...
:

ସରଗୁଡା ଗାଁରେ ଜଙ୍ଗଲି ହାତୀ ଉପଦ୍ରବ,ଘର ଭାଙ୍ଗି ରାସନ ସାମଗ୍ରୀ ଶହ ନଷ୍ଟ କଲେ ଆସବାପାତ୍ର

 ସରଗୁଡା ଗାଁରେ ଜଙ୍ଗଲି ହାତୀ ଉପଦ୍ରବ,ଘର ଭାଙ୍ଗି ରାସନ ସାମଗ୍ରୀ ଶହ ନଷ୍ଟ କଲେ ଆସବାପାତ୍ର




ଲାଞ୍ଜିଗଡ଼, -କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ପୁର ରେଞ୍ଜ ବିଜେପୁର ସେକ୍ସନ ଲାଖବାହାଲି ପଞ୍ଚାୟତ ସରଗୁଡା ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଝିମିରି ଜଙ୍ଗଲରେ ୨୨ ଟିକିଆ ହାତୀପଲ ରହିଥିବା ବେଳେ ଗତ ବିଳମ୍ବିତ ରାତିରେ ସରଗୁଡା ଗାଁରେ ପଶି ରାମଲାଲ ହରିଜନ ଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇ ରାସନ ସାମଗ୍ରୀ ସମେତ ଆସବାପାତ୍ର ନଷ୍ଟ କରିଦେଇଛନ୍ତି l ସୂଚନା ମତେ  ରାମଲାଲ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଇଥିବା ବେଳେ ସ୍ତ୍ରୀ ସସ୍ମିତା ଦୁଇ ବର୍ଷର ପୁଅ ସହିତ ଘରେ ରହିଥିଲେ ହେଲେ ଗତ ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଘର ନିକଟରେ ଆସି ଭୀଷଣ ଗର୍ଜନ ଦେଇଥିଲେ l ଗର୍ଜନ ଶୁଣି ପ୍ରାଣ ବିକଳରେ ସସ୍ମିତା ପୁଅକୁ ଧରି ପଡିସା ଘରକୁ ଯିବାରେ ସଫଳ ହୋଇଥିଲେ ହେଲେ ସକାଳୁ ଘରକୁ ଆସି ଦେଖିବା ବେଳକୁ ଧାନ,ଚାଉଳ ସମେତ ଆସବାପତ୍ର ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ l ସଂଗୃହିତ ସବୁ ରାସନ ସାମଗ୍ରୀ ଶହ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ହିତାଧିକାରୀ  ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ଜିମିରି  ଜଙ୍ଗଲଠାରେ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ଘଟଣା ସ୍ଥଳରେ ବିଜେପୁର ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି।ଏନେଇ ବିଜେପୁର ବନପାଳ ପଦ୍ମଲୋଚନ ଶବରଙ୍କୁ ପଚାରିବାରୁ କ୍ଷୟଖତି ଆକଳନ କରାଯାଇଛି ଯାହାବି ସରକାର  ବ୍ୟବସ୍ଥା ରହିଛି ଏମାନଙ୍କୁ କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS