ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ
★ଦଶପଲ୍ଲାରେ ନିର୍ମାଣ ଚାଲିଛି ଦେଶର
ଦ୍ବିତୀୟ ଦୀର୍ଘତମ ଭାୟାଡ଼କ୍ଟ ସେତୁ
★ନିର୍ମାଣରେ ପ୍ରତିବନ୍ଧକ ସାଜୁଛି କ୍ଷତିଗ୍ରସ୍ତଙ୍କ ପ୍ରତିବାଦ
★ଝିଣ୍ଟିକାବାରି, ବୁଗୁଡ଼ା ଓ ବୁଗୁଡ଼ା କଲୋନୀରେ ହୋଇ ପାରୁନି ଗଛକଟା
ଦଶପଲ୍ଲା : - ( ହୀ : ପ୍ର ) କେନ୍ଦ୍ରରେ , ବି ଜେ ପି ସରକାର ଆସିବାପରେ , ପୂର୍ବତଟ ରେଳ ବିଭାଗ ପକ୍ଷରୁ ନିର୍ମାଣଧୀନ ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଗତିରେ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ୩୦୧ କିମି ଦୈର୍ଘ୍ୟ ଏହି ରେଳପଥ ମଧ୍ୟରେ ରହିଛି ଦେଶର ଦ୍ବିତୀୟ ବୃହତ୍ ଦୀର୍ଘତମ ଭାୟାଡ଼କ୍ଟ ସେତୁ। ଆସାମର ବୋଜିବିଲ୍ ସେତୁ ପରେ ଏହା ଦେଶର ଦ୍ବିତୀୟ ଦୀର୍ଘତମ ସେତୁ। ଯାହାକି ଦଶପଲ୍ଲା ବ୍ଲକର ସୀମା ମଧ୍ୟରେ ରହିଛି ଓ ଏହି ସେତୁ ର ନିର୍ମାଣ ଚାଲିଛି। ଏହି ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ସହ ନିର୍ମାଣ ହେଉଥିବା ଏହି ସେତୁର ଖୁମ୍ବ ଗୁଡ଼ିକ ବେଶ୍ ସୁଦୃଢ଼ ରହିଛି। ଏହି ଖୁମ୍ବ ଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଉଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅତି ନିକଟରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଥିବାରୁ ,ପରିବେଶ ସନ୍ତୁଳନକୁ ରକ୍ଷା କରି ଜାମୁସାହିର ପଥରଗଣ୍ତ ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି। ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ୬୦ ପ୍ରତିଶତ ସ୍ପାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନର ନିର୍ମାଣ ତଥା ଏହି ଭାୟାଡ଼କ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଥିବା କୁହାଯାଇଛି। ବଡ଼କଥା ହେଉଛି ଏହି ରେଳ ପ୍ରକଳ୍ପର ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଦଶପଲ୍ଲାରୁ ଆଗକୁ ରେଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ନାନା ପ୍ରତିବନ୍ଧକ ସୃଷ୍ଟି ହେଉଛି। ଦଶପଲ୍ଲାର ଝିଣ୍ଟିକାବାରି, ବୁଗୁଡ଼ା କଲୋନୀ ଓ ବୁଗୁଡ଼ାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁନଥିବା ହେତୁ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ି ପାରୁନଥିବା ସୂଚନା ମିଳିଛି। ଫଳରେ ଏସବୁ ଅଞ୍ଚଳରେ ପ୍ରାୟ ଦେଢ଼ ହଜାର ଗଛ କାଟିବା ପାଇଁ ପ୍ରତିବନ୍ଧକ ଉପୁଜୁଥିବା ବନ ଉନ୍ନୟନ ନିଗମ ଏସ୍ଡ଼ିଏମ୍ ସୈାରେନ୍ କୁମାର ମହାଲିକ କହିଛନ୍ତି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି । ପ୍ରତିକୂଳ ଭୈlଗଳିକ ପରିସ୍ଥିତି ଯୋଗୁଁ ଯାହା ,ର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନି ତେଣୁ ପ୍ରକଳ୍ପ ନିର୍ମାଣ ରେ ବାଧକ ସୃଷ୍ଟି ହେଉଛି ।।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment