BREAKING
Loading...
:

ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ

 ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ 



ଗଣିଆ ୨୭/୦୯(ମଣିଭଦ୍ରା ଖବର) ଗଣିଆ ବ୍ଳକ ହିନ୍ଦୀ ଶିକ୍ଷକ ସଂଘ ତରଫରୁ ବ୍ଳକ ସ୍ତରୀୟ ହିନ୍ଦୀ ଦିବସ ସମାରୋହ ସ୍ଥାନୀୟ ଗୁପ୍ତେଶ୍ୱର ବିଦ୍ୟାପୀଠ ଛାମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୀ ଶିକ୍ଷକ ସଂଘ ଅଧ୍ୟକ୍ଷ ନବକିଶୋର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୋଦାବରୀ ବସନ୍ତିଆ,ଅଧ୍ୟାପକ ନିରାକାର ସ୍ବାଇଁ, ପ୍ରଧାନଶିକ୍ଷକ ରଜତ କୁମାର ପ୍ରଧାନ, ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦ ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ସରପଞ୍ଚ ଦୀପ୍ତି ରେଖା ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ । ଗଣିଆ ବ୍ଳକର ସମସ୍ତ ହିନ୍ଦୀ ଶିକ୍ଷକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୀ ଶିକ୍ଷା ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ହିନ୍ଦୀ ଆମ ରାଷ୍ଟ୍ର ଭାଷା ହୋଇଥିବାରୁ ସମସ୍ତେ ହିନ୍ଦୀ ଶିକ୍ଷାକୁ ଗୁରୁତ୍ବ ଦେବା ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS