ମୋହନା ପୋଲିସ ଦ୍ଵାରା ଶିକୁଳି ପଦର ନିକଟରେ ୨୦ ଲକ୍ଷ ଟଙ୍କାର ୨କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ।
ଗଜପତି(ମନୋଜ ପାଢୀ) ୧୬/୯: ଗଜପତି ଜିଲ୍ଲାର ମୋହନା ଥାନା ପୋଲିସ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ଥିବାବେଳେ ସନ୍ଦେହରେ ଚଢ଼ଉ କରି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ଜବତ କରି ଜଣକୁ ଗିରଫ କରିଛନ୍ତି । ଘଟଣାଟି ମୋହନା ଥାନାର ଶିକୁଳିପଦର ନିକଟରେ ଘଟିଛି. ପୁଲିସ ଚଢ଼ଉ କରି ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଶିକୁଳିପଦର ଗାଁର ବୁଡୁ ରଇତ(୪୭) ଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧୂକାରୀ ବସନ୍ତ କୁମାର ସେଠୀ କହିଛନ୍ତି ।
ମୋହନା ଥାନା ଅଧୂକାରୀ ବସନ୍ତ ସେଠୀ ଓ ପୋଲିସ କର୍ମଚାରୀମାନେ ଶିକୁଳିପଦର ପଞ୍ଚାୟତ ଅଞ୍ଚଳ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ରାସ୍ତା ପାର୍ଶ୍ଵର ଗାଡିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ସନ୍ଦେହରେ ଯାଞ୍ଚ କରିଥିଲେ । ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।
ମଣିଭଦ୍ରା ଖବର, ଗଜପତି
إرسال تعليق