BREAKING
Loading...
:

ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

 ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ ।



ଗଜପତି  (ମନୋଜ ପାଢୀ) : ଗଜପତି ଜ଼ିଲ୍ଲା ମୋହନା ଅବକାରୀ ବିଭାଗ ମୋହନା ଥାନା ଚାନ୍ଦିପୁଟ ଛକ ରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଥିବା ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚାନ୍ଦିପୁଟ ର ଜିଆଦି ବିଷୋୟୀ l ମୋହନା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ଏବଂ ତାଙ୍କ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସନ୍ଦିଗ୍ଧ ଅବସ୍ଥା ରେ ରାସ୍ତା ପାର୍ଶ୍ଵ ରେ ବ୍ୟାଗ ସହ ଠିଆ ହୋଇଥିବା ବ୍ୟକ୍ତି ଜଣକୁ ଯାଞ୍ଚ କରିଥିଲେ ଉକ୍ତ ବ୍ୟାଗ ରେ 10 କେଜି ଗଞ୍ଜେଇ ଥିବା ଜଣାପଡିଥିଲା, ଜବତ ଗଞ୍ଜେଇ ର ମୂଲ୍ୟ 1 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l ବ୍ରହ୍ମପୁର କୁ ଚାଲାଣ ପାଇଁ ଏହି ଗଞ୍ଜେଇ ରଖାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି l ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS