କାର୍ଯ୍ୟ କ୍ଷେତ୍ରରେ, ପ୍ରକଳ୍ପ ଅଧିକାର ଏକ ମଡେ଼ଲ ।
ଦଶପଲ୍ଲା : - ( ମଣିଭଦ୍ରା ଖବର) କୁଆଁରୀଆ ଡ୍ୟାମ୍ ଠାରେ ପ୍ରକଳ୍ପ ଅଧିକାର କାର୍ଯ୍ୟକ୍ରମର କାର୍ଯ୍ୟକ୍ଷେତ୍ର ସ୍ତରୀୟ ସମୀକ୍ଷା ଓ ବିଶ୍ଲେଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲାର ଦଶଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ଅଧିକାର ମିତ୍ର ଓ ସେମାନଙ୍କ ପରିବାର ବର୍ଗଙ୍କ ସହଭାଗିତାରେ ପ୍ରକଳ୍ପ ଅଧିକାରର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ର ବାସ୍ତବତା କୁ ବିଭିନ୍ନ ଦିଗରୁ କାର୍ଯ୍ୟ କ୍ଷେତ୍ର ସ୍ତରରେ ବିଶ୍ଲେଷଣ କରାଯାଇଛି। ଅଧିକାର ପ୍ରକଳ୍ପର ପରିକଳ୍ପନା ଓ ଏହାର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ଦଶପଲ୍ଲା ରେ ପ୍ରତିଫଳିତ ହେଇଛି। ଗରୀବ ବଞ୍ଚିତ ଦଳିତଙ୍କ ସାମାଜିକ ସ୍ଥିତିରେ ଅଭିବୃଦ୍ଧି ଘଟିଛି। ଏ ପ୍ରକଳ୍ପର ସଫଳତା ଓ ଉପକାରିତା କୁ ଗଭୀର ଭାବେ ବିଚାର କରି ଆସନ୍ତା ଦିନରେ ଓଡିଶାରେ ଏହାର ପ୍ରସାରଣ ଇତ୍ୟାଦି ବିଷୟରେ ଆଲୋଚନା କରଯାଇଛି। ଏହା କାର୍ଯ୍ୟଳୟ ଭିତ୍ତିକ ପ୍ରକଳ୍ପ ସମୀକ୍ଷା ଅବା ବୀବରଣୀ ପ୍ରସ୍ତୁତି ଠାରୁ ଉର୍ଦ୍ଧ୍ବରେ ରହି କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଭବ ସଂଗ୍ରହ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ଷେତ୍ରରେ ତୃଣ ମୂଳ ସ୍ତରୀୟ ବିଶ୍ଲେଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ଅଧିକାର ମିତ୍ର ନିଜ ନିଜର ଅନୁଭବ ବାଣ୍ଟିଥିଲେ ଏବଂ ପ୍ରକଳ୍ପ ଅଧିକାର କାର୍ଯ୍ଯଧାରା କୁ ଉଚ୍ଚ ପ୍ରଶଂସା କରିଥିଲେ। ଦଶପଲ୍ଲା ବ୍ଲକର ପ୍ରକଳ୍ପ ଅଧିକାରୀ ପ୍ରଭାତ ସାହୁ ଏହାକୁ ସଂଯୋଜନା କରିଥିବା ବେଳେ TPCODL ର ସାମାଜିକ ଦାୟିତ୍ୱ ବୋଧ ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ଘୋଷାଲ୍, ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ମୁଖ୍ୟ ଆଲୋଚକ ଭାବେ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ସନ୍ତୋଷ ମହାପାତ୍ର,ନୟାଗଡ ମହୋଦୟ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ କଳିଙ୍ଗ ଚାନ୍ଦ ମାହୋଦୟ ସମୀକ୍ଷକ ଭାବେ ଯୋଗଦାନ କରି ପ୍ରକଳ୍ପ ଅଧିକାର ଦ୍ଵାରା ଆୟୋଜିତ ଏହି ସମୀକ୍ଷା ବୈଠକ ଟି ଅତି ଶିକ୍ଷଣୀୟ ଓ ଉପାଦେୟ ହେଇଛି ବୋଲି ମତାମତ ଦେଇଥିଲେ ଏବଂ ପ୍ରକଳ୍ପ ଅଧିକାର, ଦଶପଲ୍ଲା ଭାରତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ତଥା TPCODL ପାଇଁ ଏହା ଏକ ମଡେଲ ହେବାକୁ ଯାଉଛି ବୋଲି ସୂଚନା ପ୍ରଦାନ କରିଥଲେ l
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment