*ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ପ୍ରଶିକ୍ଷଣ ବର୍ଗ*
ଭଦ୍ରକ: ଭଦ୍ରକ ଜିଲ୍ଲାର ଅଗ୍ରଣୀ ରାଷ୍ଟ୍ରବାଦୀ ସାମାଜିକ ସଂଗଠନ 'ହିନ୍ଦୁ ଜାଗରଣ ମଞ୍ଚ' ପକ୍ଷରୁ ରବିବାର ଦିନ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି l ନୂଆବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ଏକ ଦିବସବ୍ୟାପୀ ପ୍ରଶିକ୍ଷଣ ଶିବିରରେ ପ୍ରଥମେ ଭାରତମାତାଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରାଯାଇଥିଲା l ସମସ୍ତ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା l ମଞ୍ଚର କାର୍ଯ୍ୟକାରିଣୀ ସଦସ୍ୟ ଅଶ୍ୱିନୀ ନାୟକଙ୍କ ପରିଚାଳନାରେ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମୁଦାୟ ଚାରୋଟି ସତ୍ରରେ ଭିନ୍ନ ଭିନ୍ନ ବିଷୟରେ ସଦସ୍ୟମାନେ ପ୍ରଶିକ୍ଷିତ ହୋଇଥିଲେ l ଓଡ଼ିଶା ପୂର୍ବ ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରେମାନନ୍ଦ ବେହେରା ହିନ୍ଦୁ ଜାଗରଣ ମଞ୍ଚର ଆଭିମୁଖ୍ୟ ବିଷୟରେ ଉପସ୍ଥିତ ପ୍ରଶିକ୍ଷାର୍ଥିଙ୍କୁ ସମ୍ବୋଧିତ କରିଥିଲେ l ହିନ୍ଦୁ ଜାଗରଣ ମଞ୍ଚର ଓଡ଼ିଶା ପୂର୍ବପ୍ରାନ୍ତ ସଂଯୋଜକ ରଘୁନାଥ ବାରିକ ଆଗାମୀ କାର୍ଯ୍ୟପନ୍ଥା ତଥା ରାଷ୍ଟ୍ର ସୁରକ୍ଷା ସମ୍ପର୍କରେ ବିଶଦ ଭାବରେ ସମ୍ଭାଷଣ ପ୍ରଦାନ କରିଥିଲେ l ମଞ୍ଚ ପକ୍ଷରୁ ଓଡ଼ିଶା ପୂର୍ବ ପ୍ରାନ୍ତ ସମନ୍ୱୟ ପ୍ରମୁଖ ବିଭୁ ଚନ୍ଦନ ଜେନା ଭଦ୍ରକ ଜିଲ୍ଲାରେ ମଞ୍ଚର ବିଭିନ୍ନ ସମାଜମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ ପ୍ରାନ୍ତର ସହ-ସଂଯୋଜକ ସଞ୍ଜୟ କୁମାର ଦାସ ତଥା ପ୍ରାନ୍ତ କାର୍ଯ୍ୟକର୍ତ୍ତା ଲକ୍ଷ୍ମଣ ମୁଣ୍ଡା ଜିଲ୍ଲା ଓ ଖଣ୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟଧାରା ବିଷୟରେ ଅବଗତ କରିଥିଲେ l ସମାରୋପ ସତ୍ରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓଡ଼ିଶା ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତ୍ତା ରବି ନାରାୟଣ ପଣ୍ଡା ରାଷ୍ଟ୍ର ସୁରକ୍ଷାରେ ସ୍ୱୟଂ ସେବକଙ୍କ ଦାୟିତ୍ୱ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ l
ଏହି ପ୍ରଶିକ୍ଷଣ ବର୍ଗରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ପ୍ରଶିକ୍ଷାର୍ଥି ତଥା କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق