ଜାତୀୟ ଆୟୁର୍ବେଦ ଦିବସ ପାଳନ
ଓଡ଼ିଶା ପ୍ରାଦେଶିକ ଆୁର୍ବେଦିକ ସମ୍ମେଳନ ଗଂଜାମ ଶାଖା ତରଫରୁ ୧୦ମ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ଏକ ସଚେତନତା ରାଲି ଅୟୋଜନ କରାଯାଇଥିଲା ଏଥିରେ ଶତାଧିକ ଆୟୁର୍ବେଦ ଡାକ୍ତର ଙ୍କ ସମେତ ଆୟୁର୍ବେଦ ପ୍ରେମୀ, ଅର୍ଜୁନ ହସ କ୍ଳବ୍, ଜୟ ଜଗନ୍ନାଥ ମୋର୍ଣିଂ ୱାକିଂ କ୍ଲବ୍, ଡକ୍ଟର୍ସ ଫୋରମ୍, ଗୋପବନ୍ଧୁ ରାଷ୍ଟ୍ରୀୟ ସ୍ବୟଂ ସେବକ ଶାଖାମିଳିତ ସହଯୋଗ ରେ ଖଲିକୋଟ କଲେଜ ଖେଳ ପଡ଼ିଆ ଠାରୁ ଉନିଅନ କ୍ଲବ୍ ଯାଏଁ ବିଭିନ୍ନ ସ୍ଲୋଗାନ ଦେଇ Theame of the year 25 - *AYURVED FOR PEOPLE & PLANET, * ଆୟୂର୍ବେଦ ଆପଣାନ୍ତୁ ସୁସ୍ଥ ରୁହନ୍ତୁ* , ପଦ ଯାତ୍ରା ଆୟୋଜିତ କରି ସୁବାଷ ବୋଷ ପ୍ରତିମୂର୍ତ୍ତି ଠାରେ ସମାପନ କରି ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ଏହାକୁ ଡ଼ା ଶଙ୍କର୍ଷଣ ପାତ୍ର ବିଦ୍ଧିବୋଧ ଭାବେ ଉଦଘାଟନ କରିଥିଲେ ଦୁଇଶହ ରୁ ଉର୍ଦ୍ଧ୍ବ ରୋଗୀ ମାନଙ୍କୁ ରକ୍ତ ପରୀକ୍ଷା, BMD ଟେଷ୍ଟ , ସ୍ନାୟୁ ଗତ ପରୀକ୍ଷା କରିବା ସହ ଅଭିଜ୍ଞ ଡ଼ାକ୍ତର ରମେଶ ଚନ୍ଦ୍ର ଦାଶ, ଡ଼ାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ, ଡ.ଗୋଦାବରୀ ପାଳ, ଡ଼ା.ପ୍ରଦୀପ କୁମାର ପାତ୍ର, ଡ଼ା. ଏ ବାଳକୃଷ୍ଣ ମାନଙ୍କ ଦ୍ବାରା ଚିକିତ୍ସା ପ୍ରଦାନ କରାଯାଇଥିଲା ଏଥିରେ ଡ଼ାକ୍ତର ପ୍ରସନ୍ନ ପାତ୍ର ତତ୍ୱାବଧାନ ରେ ସମ୍ପାଦନ କରାଯାଇଥିଲା। ଏବଂ ଉନିଅନ୍ କ୍ଲବ୍ କନଫରେନ୍ସ ହଲ ଠାରେ ବୌଦ୍ଧିକ କାର୍ଯ୍ୟକ୍ରମ ରେ ସଭାପତି ଡ. ଅତୁଲ୍ୟ କୁମାର ପଟ୍ଟନାୟକ, ସମ୍ପାଦକ ଡ.କିରଣ ପାଣିଗ୍ରାହି, ମଞ୍ଚାସିନ ଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ. ବ୍ରହ୍ମାନନ୍ଦ ମହାପାତ୍ର, ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଡାକ୍ତର ମଦନ ମୋହନ ପାଢ଼ୀ, ପୂର୍ବତନ ଡେପୁଟୀ ଡାଇରେକ୍ଟର ଜେନେରାଲ , (CCRAS), ଅନ୍ୟତମ ବକ୍ତା ଭାବେ ଡାକ୍ତର ଅନିଲ କୁମାର ମହାପାତ୍ର, ବରିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ, ଇନ୍ ଡସ୍ ହସ୍ପିଟାଲ୍ ହସ୍ପିଟାଲ୍ , ବିଶାଖାପାଟଣା, ଏଵଂ ଅନ୍ୟତମ ବକ୍ତା ଭାବେ ଡାକ୍ତର କ୍ରୀଷ୍ଣା ମୋହନ, ସ୍ନାୟୁ ବିଶେଷଜ୍ଞ, ଇନ୍ ଡସ୍, ହସ୍ପିଟାଲ୍, ବିଶାଖାପାଟଣା, ଉପସ୍ଥିତ ରହି ବୌଦ୍ଧିକ କାର୍ଯ୍ୟକ୍ରମ ରେ *ଆୟୁର୍ବେଦ ମାନବ ସମାଜ ଓ ପୃଥିବୀ ପାଈଁ* ସମସ୍ତଙ୍କ ପାଇଁ କିପରୀ ଉପକାରିତା ପ୍ରଦାନ କରୁଛି ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିଥିଲେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡାକ୍ତର ରାମଚନ୍ଦ୍ର ରଥ, ରାଜ୍ୟ ଉପସଭାପତି , ଏତଦ୍ ପରେଏକ ମୂଖ୍ୟ ମିଟିଂ ଆୟୋଜନ କରାଯାଇ ଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ପ୍ରଥମେଶଅରବିନ୍ଦ ରାଜଶେଖର IAS, ଓ ମୂଖ୍ୟ ବକ୍ତା ଭାବେ ଆଲ ଇଣ୍ଡିଆ ରେଡିଓ ଡେପୁଟି ଡାଇରେକ୍ଟର ଡାକ୍ତର ଶାନ୍ତନୁ କୁମାର ରଥ, ଯୋଗ ଦେଇ ଆୟୁର୍ବେଦ ଚିକିତ୍ସା ର ଭୂୟଶୀ ପ୍ରଶଂସା କରିଥିଲେ ଏବଂ ଏହି ବିଜ୍ଞାନ ର ଉନ୍ନତି ପାଇଁ ଶୁଭ କାମନା କରି ଥିଲେ। ରାଜ୍ୟ ସଭାପତି ଡ଼ା. ଧନେଶ୍ଵର ବଳିଆର ସିଂହ ଓ ରାଜ୍ୟ ସମ୍ପାଦକ ଡ଼ା ଶରତ କୁମାର ରାଉତ ତାଙ୍କର ବାକ୍ତବ୍ୟ ଉପସ୍ଥାପନା କରିଥିଲେ ,ସଂଘ ର ସଭାପତି ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଦାବୀ ଉପସ୍ଥାପନ କରିଥିଲେ ଯଥା ପୂର୍ବତନ ବିଧାୟକ ଓ ତିନି ତିନି ଥର ଲୋକ ସଭା ସଦସ୍ୟ ଏବଂ ବ୍ରହ୍ମପୁର ଆୟୂର୍ବେଦ କଲେଜ ର ପ୍ରତିଷ୍ଠାତା ଗାନ୍ଧୀ ନଗର ୨ୟ ଲାଇନ ନିବାସୀ କବିରାଜ ଡାକ୍ତର ଅନନ୍ତ ତ୍ରିପାଠୀ ଶର୍ମା ଙ୍କ ନାମରେ ବ୍ରହ୍ମପୁର ଉପନିବନ୍ଧଂକ କାର୍ଯ୍ୟାଳୟ ଠାରୁ ଆମ୍ବ ମାର୍କେଟ ପର୍ଯ୍ୟନ୍ତ ରାସ୍ତା କୁ ତାଙ୍କରି ନାମରେ ନାମିତ କରି ଏକ ପ୍ରତିମୂର୍ତ୍ତି ସ୍ଥାପନା ଏବଂ ମହାନଗର ନିଗମର ଆୟୁର୍ବେଦ ଚିକିତ୍ସାଳୟ ର ପୁନରୁଦ୍ଧାର କରିବାପାଇଁ ଦାବୀ ଉପସ୍ଥାପନା କରି ଥିଲେ।, ସଂପାଦକ ଡାକ୍ତର କିରଣ କୁମାର ପାଣିଗ୍ରାହି ସଂଘ ର ଉନ୍ନତୀ ପାଈଁ ପ୍ରସ୍ତାବ ରଖିଥିଲେ , ଏହି କାର୍ଯ୍ୟକ୍ରମ ରେ ଶତାଧିକ ଆୟୁ୍ବେଦ ଡାକ୍ତର ମାନେ ଉପସ୍ଥିତ ଥିଲେ। ପରିସେଶରେ ଉପସ୍ଥିତ ସମସ୍ତଙ୍କୁ ସଂଘର ଯୁଗ୍ମ ସମ୍ପାଦକ ଡକ୍ଟର ରବୀନ୍ଦ୍ର ନାଥ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନକ ମଧ୍ୟରେ କୋଷାଧ୍ୟକ୍ଷ ଡ଼ା.ବିପିନ ବିହାରୀ ସାହୁ, ଡ଼ା. ଶିଶିର ମିଶ୍ର , ଡ଼ା. ପ୍ରାଣ ଚାନ୍ଦ ପଣ୍ଡା, ଡ଼ା. ଗାନ୍ଧୀ ଚୌଧୁରୀ, ଡ଼ା ହୃଷିକେଶ ପାଢ଼ି, ଡ଼ା ଇପ୍ସିତା ପଣ୍ଡା, ଡ଼ା. ଲିଲିମା ଦାଶ ସହ ବହୁ ଆୟୁ୍ବେଦ ଡକ୍ଟର ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق