ଲଘୁଚାପ ବର୍ଷାରେ ବେହାଲ ବାଲେଶ୍ୱର ପରିସ୍ଥିତି
ବାଲେଶ୍ୱର, -:ବାଲେଶ୍ୱର ରେ ଲଘୁଚାପ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ l ବର୍ଷା ଛାଡିବାର ନାମ ଧରୁନି l ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉ ଥିବାରୁ ବାଲେଶ୍ୱର ରେ ବର୍ଷା ଲାଗି ରହିଛି l ଲଗାଣ ବର୍ଷା ଯୋଗୁଁ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି l ବାଲେଶ୍ୱର ଟାଉନ ରେ ବର୍ଷା ଯୋଗୁଁ ନାଳ ଗୁଡିକ ଭରି ରାସ୍ତାରେ ପାଣି ଚାଲୁଛି l ଡ୍ରେନେଜ ଅବ୍ୟବସ୍ଥା ଯୋଗୁଁ ସହଦେଵଖୁଣ୍ଟା ଅଞ୍ଚଳ ରେ ରାସ୍ତାରେ ପାଣି ଜମି ରହୁଛି l ପ୍ରତିଦିନ ବର୍ଷା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l ପୁଣି ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସୂଚନା ମିଳୁଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment