BREAKING
Loading...
:

ଜିଲ୍ଲା ଭାଜପା ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ସେବା ପକ୍ଷ ପାଳନ

 ଜିଲ୍ଲା ଭାଜପା ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ସେବା ପକ୍ଷ ପାଳନ 



ଭାପୁର, ୨୨/୯(ମଣିଭଦ୍ରା ଖବର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ବର୍ଷ ଉପଲକ୍ଷେ ସୋମବାର ଦିନ ନୟାଗଡ ଜିଲ୍ଲା ଭାଜପା ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ସେବା ପକ୍ଷ ପାଳିତ ହୋଇଯାଇଛି।  

  ଏହି ଅବସରରେ ଭାପୁର ବ୍ଲକ ସଦର ମହକୁମା ସ୍ଥିତ ମା' ବ୍ରାହ୍ମଣୀ ଦେବୀ ମନ୍ଦିର, ବାଇପାସ୍ ସ୍ଥିତ ହନୁମାନ ମନ୍ଦିର ପରିସରରେ ସମୂହ ଦୀପ ଦାନ କରିବା ସହ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ଚାରା ରୋପଣ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ନୟାଗଡ ଜିଲ୍ଲା ଭାଜପା ସାଂସ୍କୃତିକ ପ୍ରକୋଷ୍ଠର ସଂଯୋଜକ ତଥା ରାଜ୍ୟ ସାଧାରଣ ସଦସ୍ୟ ଦୀପକ କୁମାର ବରାଡଙ୍କ ଆହ୍ବାନ କ୍ରମେ ଜିଲ୍ଲା ଭାଜପା ସାଂସ୍କୃତିକ ପ୍ରକୋଷ୍ଠର ସହ ସଂଯୋଜକ ତ୍ରିନାଥ ପ୍ରଧାନ, ଭାପୁର ବ୍ଲକ ସଂଯୋଜକ ଯଦୁମଣି ଜେନା , ଜିଲ୍ଲା ଭାଜପା ସାଂସ୍କୃତିକ ପ୍ରକୋଷ୍ଠର ଶତାଧିକ କର୍ମୀ ସାମିଲ ହୋଇଥିଲେ। ଏହି ସେବା ପକ୍ଷ ଅବସରରେ ଜନ ସାଧାରଣଙ୍କୁ ମାଆଙ୍କ ପାଇଁ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ସଚେତନତା କରାଇଥିଲେ। 

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS