BREAKING
Loading...
:

ଦିବଂଗତ ଜନ ନେତା ଅରୁଣଙ୍କ ସ୍ମୃତିଚାରଣ ଦିବସ ୧୨ ରେ ପାଳନ ନେଇ ପ୍ରସ୍ତୁତି ବୈଠକ

 ଦିବଂଗତ ଜନ ନେତା ଅରୁଣଙ୍କ 

ସ୍ମୃତିଚାରଣ ଦିବସ ୧୨ ରେ ପାଳନ ନେଇ ପ୍ରସ୍ତୁତି ବୈଠକ



ଖଣ୍ଡପଡ଼ା ୧୦|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଦିବଂଗତ ଲୋକପ୍ରିୟ ଜନନେତା ଅରୁଣ ପଟ୍ଟନାୟକଙ୍କ ୨୯ ତମ ସ୍ମୃତିଚାରଣ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅରୁଣ ନିବାସ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ସମାଜସେବୀ ବିଜୟ କୁମାର ମିଶ୍ର ପୌରୋହିତ୍ୟ କରିଥିଲେ। ଖଣ୍ଡପଡ଼ା ସହରର               ମାନ୍ଯଗଣ୍ଯ ବ୍ଯକ୍ତି ଓ ଅରୁଣପ୍ରେମୀ ଜନତା ବୈଠକରେ ଯୋଗ ଦେଇଥିଲେ।ଆସନ୍ତା ୧୨ ତାରିଖ ଦିବା ୧୧ ଘଣ୍ଟା ସମୟରେ ଖଣ୍ଡପଡ଼ାସ୍ଥିତ ଅରୁଣ ନିବାସ ପରିସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା। ଅନ୍ୟମାନଙ୍କ ମଧ୍ଯରେ ସଂଗଠକ ଅରୁଣ କୁମାର ପଟ୍ଟନାୟକ, ବିଶ୍ବମ୍ବର ଦାଶଙ୍କ ସମେତ ଅନ୍ଯମାନେ ବୈଠକରେ ଉପସ୍ଥିତ ଥିଲେ।


Post a Comment

Previous Post Next Post
Header ADS