BREAKING
Loading...
:

ଛାମୁଣ୍ଡିଆରେ ସବୁଜ ରଥ କାର୍ଯ୍ୟକ୍ରମ, ବନବିଭାଗ ତରଫରୁ ଚାରା ବଣ୍ଟନ

 

ଛାମୁଣ୍ଡିଆରେ ସବୁଜ ରଥ କାର୍ଯ୍ୟକ୍ରମ, ବନବିଭାଗ ତରଫରୁ ଚାରା ବଣ୍ଟନ 



ଗଣିଆ ୧୦/୦୮(ସମିସ) ଗଣିଆ ବ୍ଳକ ଅନ୍ତର୍ଗତ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ପରିସରରେ ସବୁଜ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସିଏଫ ଦେବୀପ୍ରସାଦ ରାଉତ, ତହସିଲଦାର ପ୍ରିତିବାଳା ରଣା, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର,ରେଞ୍ଜର ଲକ୍ଷ୍ମୀନାରାୟଣ ପଣ୍ଡା, ଛାମୁଣ୍ଡିଆ ସରପଞ୍ଚ ଦୀପ୍ତି ରେଖା ସେନାପତି, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସମେତ ବନବିଭାଗ କର୍ମଚାରୀ, ଲୋକପ୍ରତିନିଧି ଉପସ୍ଥିତ ଥିଲେ । ସରକାରଙ୍କର ଏକ ପେଡ ମାକେ ନାମ ସମ୍ପର୍କରେ ରେଞ୍ଜର ପ୍ରକାଶ କରିଥିଲେ । ବନବିଭାଗ ତରଫରୁ ୫ ଶହ ବୃକ୍ଷ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ଆମ୍ବଗଛ ୧୦୦ଟି, ପିଜୁଳି ୫୦ଟି, ଅଁଳା ୫୦ଟି,ଶାଳ ୧୦୦ଟି,ବାହାଡା ୫୦ଟି, ଗମ୍ଭାରୀ ୪୦ଟି, କୁମକୁମ୍ ୧୦ଟି ଦିଆଯାଇଥିବା ରେଞ୍ଜର ସୂଚନା ପ୍ରଦାନ କରିଛନ୍ତି । ଉପସ୍ଥିତ ଜନସାଧାରଣ ମା ପାଇଁ ଗଛଟିଏ ସ୍ଲୋଗାନ ଦେଇଥିଲେ ।

Post a Comment

Previous Post Next Post
Header ADS