ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପାଠଚକ୍ରର ପ୍ରସ୍ତୁତି ବୈଠକ l
ନିମାପଡା (ମଣିଭଦ୍ରା ଖବର ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତଗ୍ରତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ଆନୁକୂଲ୍ୟରେ ଆଗାମୀ ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ପାଠଚକ୍ର ନିମନ୍ତେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧକ୍ଷା ପ୍ରଫେସର ମିତ୍ରା ମହାପାତ୍ର ଏଥିରେ ଅଧକ୍ଷତା କରିଥିଲେ l ଏହି ରାଜ୍ୟସ୍ତରୀୟ ପାଠଚକ୍ରର ଶୀର୍ଷକ ରହିଛି " ଓଡିଶାର ପ୍ରଥମ ସହିଦ୍ ଜୟୀ ରାଜଗୁରୁ "l ଏଥିରେ ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ଶଶୀକାନ୍ତ ମିଶ୍ର, ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଦିଗାମ୍ବର ମହାନ୍ତି ( ଭା.ପ୍ର.ସେ ), ମୁଖ୍ୟ ବକ୍ତା ଡକ୍ଟର ସନ୍ତୋଷ କୁମାର ସେଠୀ,ପ୍ରାକ୍ତନ ଅଧକ୍ଷ, ଜୟଦେବ କଲେଜ, ନହରକଣ୍ଟା ଏବଂ ଜୟୀ ରାଜଗୁରୁ ସ୍ମୃତି ସଂସଦର ସମ୍ପାଦକ ଡକ୍ଟର ଜଟାଧାରୀ ମିଶ୍ର ପ୍ରଭୁତି ଯୋଗ ଦେବା ପାଇଁ ସ୍ଥିରୀକୃତ ହୋଇଛି l ଏହି ରାଜ୍ୟସ୍ତରୀୟ ପାଠଚକ୍ରରେ ଶୋଧ -ପତ୍ର ଉପସ୍ଥାପନା ପାଇଁ ମେଜର ପୁଷ୍ପଲତା ଦତ୍ତଙ୍କୁ ମୋ - ୯୩୩୭୪୦୯୦୯୭ ରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment