BREAKING
Loading...
:

ସ୍ୱଭାବ କବିଙ୍କ ଜନ୍ମ ଜୟନ୍ତୀରେ 'କବି ତୀର୍ଥ' ବରପାଲି ଉତ୍ସବ ମୁଖର; ସର୍ଵତ୍ର ମେହେର ସଙ୍ଗୀତର ମଧୁର ଧ୍ୱନି ନିନାଦିତ

 ସ୍ୱଭାବ କବିଙ୍କ ଜନ୍ମ ଜୟନ୍ତୀରେ 'କବି ତୀର୍ଥ' ବରପାଲି ଉତ୍ସବ ମୁଖର; ସର୍ଵତ୍ର ମେହେର ସଙ୍ଗୀତର ମଧୁର ଧ୍ୱନି ନିନାଦିତ 



ସମ୍ବଲପୁର (ମଣିଭଦ୍ରା ଖବର) 


ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ପ୍ରତ୍ୟେକ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ, ଜାତୀୟତା ବୋଧର ନିଖୁଣ ଚିତ୍ର ରହିଥିବାରୁ ମେହେର ସାହିତ୍ୟ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି ବରଗଡ଼ ଜିଲ୍ଳା ବରପାଲି ସ୍ଥିତ ଜନ୍ମପୀଠ 'କବି ତୀର୍ଥ' ରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି। ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧରଙ୍କ ଜୟନ୍ତୀ ଅବସରରେ ବରପାଲି  ଉତ୍ସବ ମୁଖର ହୋଇ ପଡ଼ିଥିଲା। ଚାରିଆଡେ ମେହେର ସଙ୍ଗୀତ ଶୁଭୁଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ସାହିତ୍ୟ ସଭା ଆଦି ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଏକ ଶୋଭାଯାତ୍ରା କ୍ଲବରୁ ବାହାରି ନଗର ପରିକ୍ରମା ପୂର୍ବକ କବିଙ୍କ ଜନ୍ମପୀଠ 'କବି ଭବନ' ରେ ପହଞ୍ଚି କବିଙ୍କ ପ୍ରତିଛବିରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗଙ୍ଗାଧର ମେହେର କ୍ଲବର ସଭ୍ୟମାନଙ୍କ ସହ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ଏନ୍‌ସିସି ଛାତ୍ର ଯୋଗ ଦେଇଥିଲେ ।  ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୁଲ୍ୟରେ କବିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। କ୍ଲବ୍‌ର  ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେlଇଥିବା ଏହି ସଭାରେ ବରେଣ୍ୟ ଅତିଥି ଭାବରେ ସାହିତ୍ୟିକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ଓ ସମ୍ମାନୀତ ବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଯୋଗଦେଇ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚିତ୍ରକୂଟ ମେହେରଙ୍କ 'କୀଚକବଧ'ର ଗଦ୍ୟ ଅନୁବାଦ ପୁସ୍ତକ ଏବଂ ସରେlଜ କୁମାର ଦାଶଙ୍କ 'ପଦ୍ମରାଗ' ପୁସ୍ତକକୁ ଉନ୍ମେlଚନ କରାଯାଇଥିଲା। 

ସଭାରେ ଆୟୋଜକ ଜୟନ୍ତୀ କମିଟିର ଆବାହକ ଚିତ୍ତ ରଂଜନ ସାହୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିବା ସହ ସମ୍ପାଦକ ବାଲ କିଶୋର ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ ଓ ଉପସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସମାରୋହରେ ସହସ୍ରାଧିକ ଶ୍ରୋତା ଉପସ୍ଥିତ ଥିଲେ । ସେହିପରି ଗଙ୍ଗାଧର ଜ୍ୟୋତି ଯାତ୍ରାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ପ୍ରସାଦ ଗୋୟଲ୍ ଉପସ୍ଥିତ ରହି ଜାତୀୟ ରାଜପଥରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଜ୍ୟୋତି ଯାତ୍ରା ର ଶୁଭାରମ୍ଭ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS