BREAKING
Loading...
:

ପଥଚାରୀଙ୍କ ବିଶ୍ରାମ ପାଇଁ କାମରେ ଲାଗୁନି ପଥପ୍ରାନ୍ତ ସୁବିଧାକେନ୍ଦ୍ର

 ପଥଚାରୀଙ୍କ ବିଶ୍ରାମ ପାଇଁ କାମରେ ଲାଗୁନି ପଥପ୍ରାନ୍ତ ସୁବିଧାକେନ୍ଦ୍ର ।



ଢେଙ୍କାନାଳ ସଦର : ହିନ୍ଦୋଳ ବ୍ଲକ ପଥଚାରୀଙ୍କ ବିଶ୍ରାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପଥପ୍ରାନ୍ତ ସୁବିଧାକେନ୍ଦ୍ର କରାଯାଇଥିବାବେଳେ ତାହା ଆଦୌ ଦାଁ ଲୋକଙ୍କ କାମରେ ଆସୁନାହିଁ । ଏହାର ଏକ ଜ୍ଵଳନ୍ତ ଉଦାହରଣ ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ଗ୍ରାମ ପଞ୍ଚାୟତ ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ଵରେ ଦେଖୁବାକୁ ମିଳିଛି । ପଥଚାରୀମାନେ ସେହି ରାସ୍ତାରେ ଯିବାବେଳେ ବିଶ୍ରାମ ନେବାକୁ ବହୁ ସମୟରେ ସେଠାରେ କିଛି ସମୟ ରହି ବିଶ୍ରାମ ନେଇଥାନ୍ତି । ଏବଂ କିଛି ସମୟ ସେଠାରେ ବିଶ୍ରାମ ନେବା ପରେ ଚାଲିଯାଆନ୍ତି । କିନ୍ତୁ ଦୀର୍ଘ ୧ବର୍ଷ ଧରି ତାଲା ପଡ଼ିଥିବା ପଥପ୍ରାନ୍ତ ସୁବିଧାକେନ୍ଦ୍ରଟି ତାଲା ପଡିଥିବା ଦେଖିବାକୁ ମିଳିଛି । ଯାହାଫଳରେ ପଥଚାରୀମାନେ ବିଶ୍ରାମ ନେବାରୁ ବଞ୍ଚିତ ହେଉଛନ୍ତି । ହେଲେ କିଏ ଓ କାହିଁକି ତାଲା ପକାଇଛି ଏପର୍ଯ୍ୟନ୍ତ ଜଣାପଡ଼ି ନଥିବାବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉ ଥିବାବେଳେ,ଦେଖାଯାଉ ବ୍ଲକ ପ୍ରଶାସନର କେବେ ଅନୁମତି ଦେଉଛି ଏହି ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିବା ପାଇଁ,ତାହା ଦେଖିବାକୁ ବାକି ରହିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS