ପିଲାଙ୍କୁ ଦଇବସାହା,ମଣ୍ଡପ ସାଜିଛି ବିଦ୍ୟାଳୟ
ନିମାପଡା (ମଣିଭଦ୍ରା ଖବର)
ଦୀପ ତଳ ଅନ୍ଧାର ପରି ଉପ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଥିବା ଶିକ୍ଷା ବ୍ୟବସ୍ଥାର ଏକ ବିକଳ ଚିତ୍ର ଦେଖୁବାକୁ ମିଳିଛି ବାହାରଣା ପଂଚାୟତରେ ଥିବା ଓଡଗୁଆଁ ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ପ୍ରଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୫ଟି ଶ୍ରେଣୀରେ ୨୬ ଜଣ ପିଲା ପାଠ ପଢୁଛନ୍ତି । ୨୬ ପିଲାମାନଙ୍କୁ ପାଠପଢାଇବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୨ ଜଣ ଶିକ୍ଷକ ସେଠାରେ ନିଯୁକ୍ତ ଅଛନ୍ତି । ତେବେ ବଡ କଥା ହେଲା ଏହା ଏକ ସରକାରୀ ବିଦ୍ୟାଳୟ ହୋଇଥିଲେ ମଧ୍ୟ ଏଠାରେ ପିଲା ପାଠ ପଢିବା ପାଇଁ ନିଜସ୍ୱ ଶ୍ରେଣୀ ଗୃହ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଉକ୍ତ ସ୍କୁଲ ଆରମ୍ଭ ଯେବେ ହୋଇଥୁଲା ଉକ୍ତ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ୧୬ ବର୍ଷରୁ ଅଧିକ ଦିନ ପର୍ଯ୍ୟନ୍ତ ସ୍କୁଲ ଚାଲିଥିଲା । ଦୀର୍ଘ ବର୍ଷ ଧରି ସ୍କୁଲ ଚାଲିବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ ଘରେ ଆଉ ସ୍କୁଲ ନଚଳାଇବାକୁ ମନା କରି ଦେଇଥିଲେ । ବାଧ୍ୟହୋଇ ପ୍ରଧାନ ଶିକ୍ଷକ ଗ୍ରାମ ନିକଟରେ ଥିବା ଠାକୁରାଣୀଙ୍କ ମଣ୍ଡପ ଭିତରେ ପିଲା ମାନଙ୍କୁ ବସାଇ ୧ ବର୍ଷ ହେବ ପାଠ ପଢାଇ ଆସୁଛନ୍ତି । ଠାକୁରାଣୀଙ୍କ ମଣ୍ଡପ ଉପରେ ଛାତ ପଡିଥିବା ବେଳେ ଚତୁପାର୍ଶ୍ଵ ଖୋଲାରହିଛି । ପ୍ରତିଦିନ ପିଲାମାନେସେଠାରେ ବସି ପାଠ ପଢିଆସୁଛନ୍ତି । ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ବରେ ଥିବା ପାଚିକା ନିଜ ଘରେ ରାନ୍ଧିକରି ଏଠାକୁ ଆଣି ପିଲା ମାନଙ୍କୁ ଖାଇବାକୁ ଦେଇଥାନ୍ତି । ପାଠପଢିବା ପାଇଁ ଆସୁଥିବା ରାସ୍ତାରେ ଘାସ ଓ ଅନାବନା ଗଛ ରହିଥିବାରୁ ସେହି ବାଟ ଦେଇ ପିଲାମାନେ ବିପଦପୂର୍ଣ ଭିତରେ ଯାତାୟତ କରିଥାନ୍ତି । ଗତ ବିଜେଡି ସରକାର ସମୟରେ ଗ୍ରାମବାସୀ ମାନେ ସ୍କୁଲର ନିଜସ୍ୱ ଘର ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ, ସ୍ଥାନୀୟ ରାଜନେତାଙ୍କୁ ବାରମ୍ବାର ଲିଖତ ଅଭିଯୋଗ କରିଆସିଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ କେହି ଗୁରୁତ୍ବ ଦେଇନଥିଲେ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟରେ ନୂତନ ଭାବେ ବିଜେପି ସରକାର ଆସିବାରେ ଆଜକୁ ୧୩ ମାସ ପୁରିଲାଣି । କିନ୍ତୁ ଓଡଗୁଆଁ ବିଦ୍ୟାଳୟରଦୁଖ ଦୁଃଖ ଭିତରେ ରହି ଯାଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାହାନ ଚନ୍ଦ୍ର ମହାପାତ୍ର କୁହନ୍ତି ଖରା,ବର୍ଷା ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ପିଲାମାନଙ୍କୁ ଏଠାରେ ବସାଇ ଶିକ୍ଷାଦାନ ଦେଉଛୁ । ବିଦ୍ୟାଳୟର ନିଜସ୍ୱ ଗୃହ ନଥୁବାରୁ ବାରଦୁଆର ଶୁଣ୍ଡିପିଣ୍ଡା ହେବାକୁ ପଡୁଛି। ବାରମ୍ବାର ଅଭିଯୋଗ କଲେ ସତ୍ତ୍ବେ କିଛି ସୁଫଳ ମିଲୁନି, ସ୍କୁଲର ନିଜସ୍ୱ ଘର ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଏକ ଜାଗା ଚିହ୍ନଟ କରିଛନ୍ତି । ସରକାର ଉକ୍ତ ଜାଗାରେ ଘର ତିଆରୀ କରି ଯୋଗାଇ ବିଦ୍ୟାଳୟର ନିଜସ୍ୱ ଘରେ ପିଲା ବସି ପାଠପଢିପାରିବେ ବୋଲି ସେ କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହୋଦୟା ଦୃଷ୍ଟି ଦେଲେ ଆମ ସ୍କୁଲ ଘର ହୋଇ ପାରିବ ଏବଂ ଆମ୍ଭେ ମାନେ ସେଇ ଘରେ ବସି ପାଠପଢିପାରିବୁ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି । ସେହିପରି ଗ୍ରାମର ବୃଦ୍ଧନାଥ ସେଠି ଏବଂ ବୟସ୍କ ମହିଳା କୁହନ୍ତି ସରକାର ପରେ ସରକାର ବଦଳୁଛି, ନୂତନ ସରକାର ଆସିବା ପରେ ବଡ ବଡ କଥା କହୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ସ୍କୁଲର ଘର ହୋଇନପାରିବା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ଏହି ସ୍କୁଲ ରୁ ସମସ୍ତେ ଜାଣିପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏସଂପର୍କରେ
ଅତିରିକ୍ତ ବ୍ଳକ ଶିକ୍ଷାଧୁକାରୀ ଦାୟିତ୍ୱରେ ଥିବା କୌଳାଶ ପାଢ଼ୀ ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସୁଦର୍ଶନ ଭୋଇଙ୍କୁ ପଚାରିବାରେ ତୁରନ୍ତ ଘଟଣା ସ୍ଥଳ ପରିଦର୍ଶନ କରି କଣ ସମସ୍ୟା ରହିଛି ତାହାର ଅନୁଧ୍ୟାହ୍ନ କରିବି ବୋଲି ସେ ପ୍ରକାଶ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق