BREAKING
Loading...
:

ବ୍ରହ୍ମପୁର ଠାରେ ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି

 



ମେରା ୟୁଵା ଭାରତ ଓ ମହାତ୍ମା ଗାନ୍ଧୀ ୟୁଥ କ୍ଲୁବ ମିଳିତ ଉଦ୍ୟମରେ ବ୍ରହ୍ମପୁର ଠାରେ ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି | ସ୍ବେଛାସେବୀ ବିନୋଦ ସାବତଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆଡ଼ଭୋକେଟ ତଥା ଵିଶିଷ୍ଟ ସମାଜସେବୀ ପ୍ରଣବ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପିଢିଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଇବା ସହ ଯୁବପିଢ଼ି ମାନେ ପ୍ରଗତି , ନବସୃଜନ ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ସ୍ତମ୍ଭ ବୋଲି ମତପ୍ରକାଶ କରିଥିଲେ | ସେହିଭଳି ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ଜଲ୍ଲି ପାଣିଗ୍ରାହୀ ଯୁବପିଢିଙ୍କୁ ସୁନ୍ଦର ଓ ସୁରକ୍ଷିତ ଓଡିଶାର ଆଧାରଶିଳା  କହିବା ସହ ଉତ୍ତମ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ | ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୫ ପରିପ୍ରେକ୍ଷିରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS