BREAKING
Loading...
:

ଦୁର୍ଗମ ୪ କିମି ପାହାଡ଼ ଘାଟିରାସ୍ତା ଅତିକ୍ରମ କରି ସିଣ୍ଡିବୁର ଗ୍ରାମବାସୀଙ୍କ ସମସ୍ୟା ନେଇ ଆଲୋଚନା କଲେ ପାରଳା ବିଧାୟକ ।

 ଦୁର୍ଗମ ୪ କିମି ପାହାଡ଼ ଘାଟିରାସ୍ତା ଅତିକ୍ରମ କରି ସିଣ୍ଡିବୁର ଗ୍ରାମବାସୀଙ୍କ ସମସ୍ୟା ନେଇ ଆଲୋଚନା କଲେ ପାରଳା ବିଧାୟକ  ।         



  ଗଜପତି୧୬/୮ (ମନୋଜ ପାଢୀ) ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲା ଅନ୍ତର୍ଗତ ଭୂବନି ପଂଚାୟତର ସିଣ୍ଡିବୁର ଗ୍ରାମର ବିଭିନ୍ନ ସମସ୍ୟା ଓ ଲୋକଙ୍କ ସୁଖ ଦୁଃଖର ଗୁହାରି ଶୁଣିବା ପାଇଁ ଦୀର୍ଘ ୪କିମି ଦୁର୍ଗମ ପାହାଡ଼ ଘାଟି ଚଢି ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ନେଇ ଆଲୋଚନା କରି ଫେରିଥିବା ଜଣାପଡିଛି. ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଗତକାଲି ସ୍ୱାଧୀନତା ଦିବସ ଥିବା ଯୋଗୁଁ ସିଣ୍ଡିବୁର ଗ୍ରାମବାସୀଙ୍କ ସହ ସେଠାରେ ସ୍ୱାଧିନତା ଦିବସକୁ ମଧ୍ୟ ପାଳନ କରିଥିଲେ। ସେହି ଗ୍ରାମର ପ୍ରମୁଖ ସମସ୍ୟା ଭିତରେ ଗମନାଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଦୀର୍ଘ ସମସ୍ୟା ନେଇ ଲୋକେ ଦୁଃଖଦାୟକ ଜୀବନ ବିତାଉଛନ୍ତି ବୋଲି ଗ୍ରାମବାସୀ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଜଣାଇଥିଲେ. ସେହି ଗ୍ରାମରେ ୬୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଗତ ୨୦୧୯ରେ ପ୍ରଳୟ ବାତ୍ୟାରେ ୧୨ଟି ଘର ଭାଂଗିଯାଇଥିଲା। ଗ୍ରାମରେ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି। ଉଚ୍ଚଶିକ୍ଷା ପାଇଁ ଗ୍ରାମର ଛାତ୍ରଛାତ୍ରୀ ଦୀର୍ଘ ୪କିମି ଚାଲି ମୁଖ୍ୟ ରାସ୍ତାରେ ପହଂଚି ଥାନ୍ତି। ଏହିଭଳି ସମସ୍ୟାବହୁଳ ଗ୍ରାମକୁ ବିଧାୟକ ପହଂଚିଲା ପରେ ଗ୍ରାମବାସୀମାନେ ବିଧାୟକଙ୍କୁ ଅକୁଣ୍ଠ ସ୍ୱାଗତ କରି ପାଛୋଟି ନେଇଥିଲେ. ବିଧାୟକଙ୍କ ସହ ଗୁମ୍ମା ବ୍ଲକର ଅଧ୍ୟକ୍ଷା ସୁନେମୀ ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଂଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନର ଦୃଷ୍ଟିକୁ ନେଇ ସମସ୍ୟା ଗୁଡିକ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS