BREAKING
Loading...
:

ବୃତ୍ତଙ୍ଗ ନଦୀରେ କୁମ୍ଭୀର ସର୍ଭେ କଲେ ନନ୍ଦନକାନନ ଜୁଲୋଜିକାଲ ସର୍ଭେ ଟିମ

 ବୃତ୍ତଙ୍ଗ ନଦୀରେ କୁମ୍ଭୀର ସର୍ଭେ କଲେ ନନ୍ଦନକାନନ ଜୁଲୋଜିକାଲ ସର୍ଭେ ଟିମ 


ଗଣିଆ ୩୧/୦୮(ମଣିଭଦ୍ରା ଖବର) ଗଣିଆ ବ୍ଳକ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନ ବୃତ୍ତଙ୍ଗ ନଦୀରେ ଗତ ୨୮ ତାରିଖ ଗୁରୁବାର କୁମ୍ଭୀର ଦେଖାଦେଇଥିବା ନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ କୁମ୍ଭୀର ପାଇ ନଥିଲେ । ତେବେ ଶୁକ୍ରବାର ମଧ୍ୟ ଗ୍ରାମବାସୀ ବୃତ୍ତଙ୍ଗ ନଦୀରେ କୁମ୍ଭୀର ଦେଖି ଭୟଭୀତ ହୋଇଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ତେବେ ଛାମୁଣ୍ଡିଆ ବନବିଭାଗ ତରଫରୁ ନନ୍ଦନକାନନ ଜୁଲୋଜିକାଲ ସର୍ଭେ ଟିମକୁ ଖବର ଦିଆଯାଇଥିଲା  । ରବିବାର ଉକ୍ତ ସର୍ଭେ ଟିମର ସଦସ୍ୟ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନ ବୃତ୍ତଙ୍ଗ ମୁହାଣ,କୁମ୍ଭୀର ଖଣି,ଖଣ୍ଡାଧୁଆରେ ମେସିନ ସାହାର୍ଯ୍ୟରେ ସର୍ଭେ କରିଥିଲେ ମଧ୍ୟ କୁମ୍ଭୀରର ପତ୍ତା ମିଳି ନଥିଲା । 



ତେବେ ବୃତ୍ତଙ୍ଗ ନଦୀରେ ପାଣି କମି ଯାଇଥିବା କିମ୍ବା ସେଠାରେ ଖାଦ୍ୟ ମିଳି ନଥିବାରୁ କୁମ୍ଭୀରଟି ମହାନଦୀକୁ ଚାଲି ଯାଇଥାଇ ପାରେ ବୋଲି ସର୍ଭେ କରିବାକୁ ଆସିଥିବା ଅଧିକାରୀ ପ୍ରକାଶ କରିଥିଲେ । ତେବେ ଆସନ୍ତା ୪ ତାରିଖରେ ଆଉଥରେ ସର୍ଭେ କରାଯିବ ବୋଲି ଜଣାପଡିଛି । ଆଜିର ଏହି ସର୍ଭେରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଫରେଷ୍ଟ ଗାର୍ଡ ଅଞ୍ଜଳି ପ୍ରଧାନ,ସର୍ଭେ ଟିମର ସଦସ୍ୟ, ଗ୍ରାମବାସୀ ତଥା ପାରା ଷ୍ଟାଫ୍ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS