ଲାଦେରପାଲି ସ୍ଥିତ ମାତୃପୁରୀରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ସମ୍ବଲପୁର/ଗୋଡଭଗା:
ବରଗଡ଼ ଜିଲ୍ଲା ଅଧିନସ୍ଥ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଅନୁଷ୍ଠାନର ସଭାପତି ଶେଷଦେବ ନାୟକଙ୍କ ସଭାପତିତ୍ବରେ ତଥା ଓଡ଼ିଆ ଶିକ୍ଷକ ନିରଂଜନ ପଶାୟତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତାବିରା ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପିକା ଡ.ରିଙ୍କି ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ। ଅଧ୍ୟକ୍ଷ ବବୃବାହନ ମିଶ୍ର, ଉପ-ସଭାପତି ଅରୁଣ କୁମାର ହୋତା, କୋଷାଧ୍ୟକ୍ଷ ଜୟପ୍ରକାଶ ଅଗ୍ରୱାଲ, ସରୋଜ କୁମାର ରଥ, ନିରଞ୍ଜନ ପଶାୟତ ଓ ଯତୀନ୍ଦ୍ର ପ୍ରଧାନ ମଞ୍ଚାସୀନ ହୋଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଗଙ୍ଗାଧର ମେହେରଙ୍କ ପ୍ରତିଛବିରେ ଧୂପପୁଷ୍ପ ଦେଇ ତାଙ୍କ ରଚିତ କବିତା ଗାନ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖୁସବୁ ବେହେରା, ସୁଶ୍ରୀ କ୍ରିଷ୍ଣା ପତି, ଜସ୍ମିନ୍ ସୁସାରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପାଧ୍ୟକ୍ଷ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment